Pratidin TV

Odisha's Digital News Platform

ହଷ୍ଟେଲ ଭିତରୁ ମିଳିଲା ଯୁବକଙ୍କ ମୃତଦେହ …

ଭଦ୍ରକ ଟାଉନଥାନା ଅଧିନ ଜାନୁଗଞ୍ଜର ଏକ ଘରୋଇ ଛାତ୍ରାବାସରୁ ଯୁବଙ୍କ ମୃତ ଦେହ ଉଦ୍ଧାର କରାଯାଇଛି । ମୃତ ଯୁବକଙ୍କ ଘର ଭଣ୍ଡାରିପୋଖରୀ ଥାନା ଅଧିନ କୁରିଗାଁ ପଞ୍ଚାୟତର ନାଉରିଆଗଢିଆ ଗାଁରେ । ଭଦ୍ରକରେ ରହି ପାଠ ପାଠ ପଢୁଥିଲେ । ତେବେ ପାଠ ପଢା ସାରି ରାୟଗଡାରେ ଚାକିରୀ କରୁଥିଲେ ମଧ୍ୟ ସେଠାରେ ସେ ଦୀର୍ଘଦିନ ହେବ ରହି ଆସୁଥିଲେ ।

ହେଲେ ଆଜି ତାଙ୍କ ମୃତ ଦେହ ଛାତ୍ରବାସରୁ ଉଦ୍ଧାର କରାଯାଇଛି । ଖବର ପାଇ ଭଦ୍ରକ ଟାଉନଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତ ଦେହ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲା । ତେବେ ମୃତକ ହେଲେ ମନୋଜ କୁମାର ଥାଟ୍ଟୋଇ । ଏ ନେଇ ଭଦ୍ରକ ଟାଉନ୍ ଥାନାରେ ପରିବାର ଲୋକ୍ ଏତଲା ଦିଆ ଯାଇଛି ।

Leave a Reply

Your email address will not be published. Required fields are marked *