Pratidin TV

Odisha's Digital News Platform

(ଭିଡିଓ)ପରିତ୍ୟକ୍ତ ପୋଖରୀରୁ ଶିଶୁ ପୁତ୍ରର ମୃତଦେହ ଉଦ୍ଧାର….

ଜଳେଶ୍ୱର : ବାଲେଶ୍ୱର ଜିଲ୍ଲା ବସ୍ତା ଥାନା କୁଶୁଡିହା ଗ୍ରାମର ଅରୁଣ ରାମଙ୍କ ୨ ବର୍ଷର କୁନିପୁଅ ରିତ୍ୱିକ ଗତକାଲି ଘର ବାରଣ୍ଡାରେ ମୋବାଇଲ ଦେଖୁଥିବା ବେଳେ ନିଖୋଜ ହୋଇ ଯାଇଥିଲା । ପରିବାର ଲୋକ ବହୁ ଖୋଜା ଖୋଜି କରି ପାଇ ନଥିଲେ ।

ପିଲାକୁ କେହି ନେଇ ଯାଇଥିବା ସନ୍ଦେହ କରି ପରିବାର ଲୋକେ ବସ୍ତା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପୋଲିସ ଘଟଣାର ଅନୁସନ୍ଧାନ କରିଥିଲେ ମଧ୍ୟ ପାଇ ନଥିଲେ ତେବେ ଆଜି ସକାଳେ ଗ୍ରାମର ଏକ ପରିତ୍ୟକ୍ତ ପୋଖରୀରୁ ମୃତଦେହ ଉଦ୍ଧାର କରିଛନ୍ତି ପରିବାର ଲୋକେ । ପିଲାଟି ଘର ଠାରୁ ଦେଢ କିଲୋମିଟର ଦୂର ଏହି ପରିତ୍ୟକ୍ତ ପୋଖରୀକୁ କେମିତି ଆସିଲା ତାହା ସନ୍ଦେହ ଘେରରେ , ବର୍ତ୍ତମାନ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି ।

Leave a Reply

Your email address will not be published. Required fields are marked *