Pratidin TV

Odisha's Digital News Platform

ଡରରେ ପର୍ଯ୍ୟଟକ ; ପୁରୀ ସମୁଦ୍ରକୂଳରେ ମାଳ ମାଳ ମୃତ ଜେଲି ଫିସ୍ , ଦେହରେ ବାଜିଲେ ହେଉଛି ଘା ..

1 min read

ପୁରୀ : ଡରିଲେଣି ପର୍ଯ୍ୟଟକ । ପୁରୀ ସମୁଦ୍ରରେ ଗାଧୋଇବାକ ପର୍ଯ୍ୟଟକଙ୍କ ମନରେ ପସିଛି ଛନକା । ସମୁଦ୍ରରେ ଗାଧୋଇଲେ ଦେହ ହାତ କୁଣ୍ଢାଇ ହୋଇ ଫଳିଯାଉଛି । ଯାହାକୁ ନେଇ ବର୍ତ୍ତମାନ ଚିନ୍ତାରେ ପର୍ଯ୍ୟଟକ । କାରଣ କିଛିଦିନ ହେବ ପୁରୀ ସମୁଦ୍ର ପାଣି ସହ କୂଳରେ ଦେଖାଯାଇଛି ହ୍ୱାଇଟ୍ ଡେଡ୍ ଜେଲି ଫିସ୍ ବା ଧଳା ମୃତ ଜେଲି ଫିସ୍ । ପୁରୀ ବେଳା ଭୂମିରେ ମାଇଲ ମାଇଲ ବାଟ ଯାଏ ତାରା ଭଳି ବିଛାଡି ହୋଇ ପଡିଛନ୍ତି ଏହି ମୃତ ଜେଲି ଫିସ୍ ।

ସ୍ବର୍ଗଦ୍ବାର ସମ୍ମୁଖରୁ ଲାଇଟହାଉସ ବେଳାଭୂମି ଓ ମଙ୍ଗଳାନଦୀ ମୁହାଣ ଯାଏଁ, କେଉଁ ସ୍ଥାନ ବାକି ନାହିଁ । ଯାହାକୁ ନେଇ ବର୍ତ୍ତମାନ ବଡ ପ୍ରଶ୍ୱବାଚୀ ସୃଷ୍ଟି ହୋଇଛି । ଏତେ ସଂଖ୍ୟକ ଜେଲି ଫିସ୍ କିଭଳି ମଲେ । କାହିଁକ ପୁରୀ ଭଳି ପର୍ଯ୍ୟଟନ ସ୍ଥଳରେ ଏଗୁଡିକ ଏଭଳି ଅବସ୍ଥାରେ ପଡିରହିଛି । କାହିଁକି ଏହି ମୃତ ଜେଲି ଫିସ୍‌ଙ୍କ ଉପରେ ନଜର ଦେଉନି ବେଳାଭୂମି ଉନ୍ନୟନ କମିଟି । ପୂର୍ବରୁ ୟାସ୍, ତିତଲି ଓ ହୁଡୁହୁଡୁ ବାତ୍ୟା ସମୟରେ ପୁରୀ ସମୁଦ୍ର ଉପକୂଳରେ ବି ମୃତଜେଲି ଫିସ୍ ଦେଖିବାକୁ ମିଳିଥିଲା, କିନ୍ତୁ ଏଥର ଏଥର ସଂଖ୍ୟା ଦେଖି ଛନକା ପସିଛି।

Advertisement

ତେବେ ସମୁଦ୍ର ବିଜ୍ଞାନୀଙ୍କ କହିବା ଅନୁଯାୟୀ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ମୋକୀ ପ୍ରଭାବରେ ଏହି ହ୍ୱାଇଟ ଜେଲି ଫିସ୍‌ଙ୍କ ମୃତ୍ୟୁ ହୋଇଛି । ହେଲେ ପରିବେଶ ବିତ୍ ମାନେ ହି ସାମୁଦ୍ରିକ ଜୀବଙ୍କ ମୃତ୍ୟୁର କାରଣ ଖୋଜା ହେଉନଥିବାରୁ ଚିନ୍ତା ପ୍ରକଟ କଲେଣି । ତା’ସହ ବେଳାଭୂମିରୁ ତୁରନ୍ତ ମୃତ ଜେଲିଫିସ୍ ଙ୍କୁ ସଫା କରି ପୋତିଦେବାକୁ ଜୋର୍ ଦେଇଛନ୍ତି।

Leave a Reply

Your email address will not be published. Required fields are marked *