Pratidin TV

Odisha's Digital News Platform

ସବ୍ କଲେକ୍ଟର ସୁଶ୍ମିତା ମିଞ୍ଜ ମୃତ୍ୟୁ ମାମଲା ; ସିବିଆଇ ତଦନ୍ତ ଦାବି କଲେ ଭାଇ ସନ୍ଦୀପ….

ସୁନ୍ଦରଗଡ଼ : ସୁନ୍ଦରଗଡ଼ ଜିଲ୍ଲା ରାଉରକେଲା ଅତିରିକ୍ତ ଜିଲ୍ଲାପାଳ କାର୍ଯ୍ୟଳୟରେ ଅବସ୍ଥାପିତ ସହାୟକ ଜିଲ୍ଲାପାଳ ସୁଶ୍ମିତା ମିଞ୍ଜ ମୃତ୍ୟୁ ମାମଲା ଦିନକୁ ଦିନ ଜଟିଳ ହେବାରେ ଲାଗିଛି । ଭଉଣୀକୁ ସୁଚିନ୍ତିତ ଯୋଜନା ରେ ହତ୍ୟା କରାଯାଇଥିବା ନେଇ ଭାଇ ସନ୍ଦୀପ ପ୍ଲାଣ୍ଟ ସାଇଟ ରେ ଏତଲା ଦେଇଥିଲେ । ଏହା ଭିତରେ ମୃତ୍ୟୁର ୬ ଦିନ ବିତିଯିବା ପରେ ମଧ୍ୟ ପୁଲିସ ଏତଲା ଗ୍ରହଣ କରୁନଥିବା ବେଳେ ଓଲଟା ଜିଲ୍ଲାପାଳ , ଅତିରିକ୍ତ ଜିଲ୍ଲାପାଳ ଙ୍କୁ ବଞ୍ଚାଇବା ପାଇଁ ପୁଲିସ ଓଲଟା ଚାପ ପକାଉଥିବା ନେଇ ସୁଶ୍ମିତାଙ୍କ ଭାଇ ସନ୍ଦୀପ ସଙ୍ଗିନ ଅଭିଯୋଗ କରିଛନ୍ତି ।

ଏହା ସହ ଥାନା ଅଧିକାରୀ ଜ୍ୟୋତି ରଞ୍ଜନ ପତି ମାମଲା ରୁଜୁ ନକରି ସୁସ୍ମିତା ଙ୍କ ପରିବାର ଲୋକଙ୍କୁ ମାମଲା ପ୍ରତିହାର କରିବା ପାଇଁ ଚାପ ପକାଉଛନ୍ତି ବୋଲି ସୁସ୍ମିତା ଙ୍କ ଭାଇ ସନ୍ଦୀପ ମିଞ୍ଜ ଅଭିଯୋଗ କରିଛନ୍ତି। ଏନେଇ ପୁଲିସ ଉପରେ ଭରସା ତୁଟି ଯାଇଛି ତେଣୁ ସିବିଆଇ ତଦନ୍ତ ନେଇ ଦାବି କରିଛନ୍ତି ।

ଘଟଣାକୁ ନେଇ ଅନ୍ୟପଟେ ସୁନ୍ଦରଗଡ଼ ଆଦିବାସୀ ମଞ୍ଚ ଆନ୍ଦୋଳନ କୁ ଓଲ୍ଲହିବାକୁ ନିଷ୍ପତ୍ତି ନେଇଛି । ଆସନ୍ତା କାଲି ୨୬ ତାରିଖରେ ରାଉରକେଲା ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ଘେରାଉ କରିବା ନେଇ ଚେତାବନୀ ଦେଇଛନ୍ତି ।

ସୂଚନାଯୋଗ୍ୟ ଯେ ଗତ ମଙ୍ଗଳବାର ସନ୍ଧ୍ୟାରେ ରାଉଲକେଲା କ ଗେଟ ନିକଟରେ ଥିବା ସେଞ୍ଚୁରି ପାର୍କରେ ମହିଳା ଅଫିସରଙ୍କ ମୃତଦେହ ମିଳିଥିଲା । ପ୍ଲାଣ୍ଟସାଇଟ୍ ପୋଲିସ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲା । ଗତ ଶୁକ୍ରବାର ଠାରୁ ଘରକୁ ଫେରି ନଥିଲେ ଅଫିସର ସୁସ୍ମିତା ମିଂଜ । ସେ ଘରକୁ ନଫେରିବାରୁ ତାଙ୍କ ଭାଇ ଭଉଣୀ ନିଖୋଜ ଥିବା ନେଇ ଗତ ରବିବାର ସ୍ଥାନୀୟ ଥାନାରେ ଅଭିଯୋଗ କରିଥିଲେ । ହେଲେ ମଙ୍ଗଳବାର ଅପରାହ୍ନରେ ସେଞ୍ଚୁରି ପାର୍କରେ ତାଙ୍କ ଶବ ଭାସୁଥିବା ଦେଖି ସୁରକ୍ଷାକର୍ମୀ ପ୍ଲାଣ୍ଟସାଇଟ୍ ଥାନାକୁ ସୂଚନା ଦେଇଥିଲେ । ପୋଲିସ ଓ ଅଗ୍ନିଶମ କର୍ମଚାରୀ ପହଞ୍ଚି ପୁଷ୍କରଣୀ ଭିତରକୁ ସୁସ୍ମିତାଙ୍କ ଶବ ଉଦ୍ଧାର କରିଥିଲେ।

Leave a Reply

Your email address will not be published. Required fields are marked *