Pratidin TV

Odisha's Digital News Platform

ପାଣି ପିଇଲା ଶବ !

1 min read

ଉଦଳା : ସଜଡା ସରିଥିଲା ଜୁଇ । ଆଉ ମାତ୍ର କିଛି ସମୟ ପରେ ଜୁଇରେ ଶୋଇଥାନ୍ତା ମୃତଦେହ । ହେଲେ ଘର ଲୋକଙ୍କ ହାତରୁ ପାଣି ପିଇଲା ମୃତକ । ଆଉ ମୃତକ ବଂଚିଥିବା କହି ଗୁଣିଆ କରିଲା ଝଡାଫୁଙ୍କା । ଏହାକୁ ଦେଖି ସମସ୍ତେ ତାଜୁବ । ହେଲେ ଡାକ୍ତରଖାନାକୁ ଆଣିବା ପରେ ମହିଳାଙ୍କର ଅନେକ ସମୟ ପୂର୍ବରୁ ମୃତ୍ୟୁ ହୋଇଥିବା ଡାକ୍ତର କହିଲେ । ଏଭଳି କିଛି ଆଶ୍ଚର୍ଯ୍ୟକର ଘଟଣା କପ୍ତିପଦା ଥାନା ଭାଲୁହୁରୁଡ଼ା ଗ୍ରାମରେ ଦେଖିବାକୁ ମିଳିଛି ।

ଗ୍ରାମର ସୁହାଗିନୀ ବିନ୍ଧାଣୀ ଗୁରୁତର ହୋଇ ୧୧ ଦିନ ହେବ ଉଦଳା ଡାକ୍ତରଖାନାରେ ଚିକିତ୍ସାଧୀନ ଥିଲେ । ହେଲେ ଗତକାଲି ମଧ୍ୟରାତ୍ରିରେ ଡାକ୍ତର ମୃତ ଘୋଷଣା କରିଥିଲେ ଏବଂ ଆଜି ସକାଳେ ପରିବାର ଲୋକେ ମୃତଦେହ କୁ ଘରକୁ ନେଇ ଯାଇଥିଲେ । ଘରେ ମୃତ୍ୟୁ ଖବର ପହଂଚିବା ପରେ ଗ୍ରାମବାସୀ ଏବଂ ପରିବାର ଲୋକେ ମିଶି ଶେଷକୃତ୍ୟ ନିମନ୍ତେ ଜୁଇ ସଜାଡି ସାରିଥିବା ବେଳେ ହଠାତ ଘର ଲୋକ କହିଲେ ମୃତକ ସୁହାଗିନୀ ତାଙ୍କ ହାତରୁ ପାଣି ପିଇଥିଳେ । ଏହା ସହିତ ତାର ନିଶ୍ୱାସ ଚାଲିଥିବା ମଧ୍ୟ କହିଥିଲେ ପରିବାର । ଏହା ପରେ ପରିବାର ଲୋକେ ମୃତ ସୁହାଗିନୀଙ୍କୁ ଗୁଣିଆ ଦେଖାଇଥିଲେ ଝଡାଫୁଙ୍କା ମଧ୍ୟ କରିଥିଲେ । ଏବଂ ବଂଚେଇ ଦେବେ ବୋଲି କହିଥିଲେ । ଯାହା ପରେ ଅଧା ରହିଗଲା ଜୁଇ,ଆଉ ପରିବାର ଲୋକେ ମୃତ ଦେହକୁ ଜୀବିତ କହି ପୁଣି ଉଦଳା ଡାକ୍ତରଖାନାରେ ପହଞ୍ଚିଥିଲେ । ହେଲେ ଡାକ୍ତର ପୁନଶ୍ଚ ଦେଖିବା ପରେ ସୁହାଗିନୀର ମୃତ୍ୟୁ ହୋଇଥିବା କହିଥିଲେ । ହେଲେ ପରିବାର ଲୋକେ ଏହାକୁ ସହଜରେ ଗ୍ରହଣ କରିପାରି ନଥିଲେ ।

Advertisement

ସେମାନେ ପୂର୍ବରୁ ସୁହାଗିନୀଙ୍କ ମୃତ୍ୟୁ ହୋଇ ନ ଥିବା ଏବଂ ଡାକ୍ତର ଅବହେଳା କରିଥିବା କଥା କହୁଛନ୍ତି । ଏହି ଘଟଣାକୁ ନେଇ ଡାକ୍ତରଖାନା ପରିସରରେ ଏକ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଛି । ଏହା ଅବିଶ୍ୱାସ ନା ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ପରିବାର ଲୋକେ ଏଭଳି କରିଛନ୍ତି ତାହା ସବୁଠାରୁ ବଡ଼ ପ୍ରଶ୍ନ ? ତେବେ ପ୍ରକୃତରେ ଘଟଣା ପଛରେ କଣ ସତ୍ୟାତା ରହିଛି ତାହା ପୋଲିସ ତଦନ୍ତ ପରେ ହିଁ ଜଣାପଡିବ ।

Leave a Reply

Your email address will not be published. Required fields are marked *