Pratidin TV

Odisha's Digital News Platform

ଠାର.. ଠାର… ରେ ଈଶ୍ୱର ଭକ୍ତି , ଲୋକଙ୍କ ମନକଥା ବୁଝି ଗଢୁଛନ୍ତି ମୂର୍ତ୍ତି

କଟକ : ଏମାନଙ୍କ ଆୟୋଜନ ଦେଖିଲେ ଆପଣ ବି ଘଡ଼ିଏ ରହି ଦେଖିବେ ଆଉ କହିବେ ମାନିବାକୁ ପଡ଼ିବ । ଆମେ କହୁଛୁ କଟକ ତୁଳସୀପୁର ଅଞ୍ଚଳରେ କହି ଶୁଣି ପାରୁ ନଥିବା ଏହି ପିଲାମାନଙ୍କ ଗଣେଶ ପୂଜା ପାଇଁ ମୂର୍ତ୍ତି ତିଆରି କଥା ।

ବାଉଁଶ ବନ୍ଧା ଚାଲିଛି । ମୂର୍ତ୍ତିରେ ରଙ୍ଗ ମାରିବା ଆରମ୍ଭ ହେଉଛି । ଝିପଝିପି ବର୍ଷା ପାଇଁ ଜରି ପାଲ ବ୍ୟବସ୍ଥା ବି ଅଛି । ଆଉ ଏସବୁ କରୁଥିବା ଏମାନେ ସମସ୍ତେ ମୂକ ବଧିର । ନା କହି ପାରୁଛନ୍ତି ନା ଶୁଣି ପାରୁଛନ୍ତି । ତଥାପି ସେମାନେ ପରସ୍ପର କଥା କେବଳ ଠାର ଠାର ରେ ହିଁ ବୁଝି ଏହି ୧୨ ଫୁଟ ଉଚ୍ଚ ମୂର୍ତ୍ତି ତିଆରି କରିଥିବା ସେମାନେ ନିଜେ କହିଛନ୍ତି ।

ଠାର ଠାର ରେ ଏମାନଙ୍କ ଏଭଳି ପୂଜା ଆୟୋଜନ ଭିତରେ ଆମେ ଏକଥା ମଧ୍ୟ ଦେଖିଲୁ କି ଏମାନେ ବାସ୍କେଟ୍ ବଲ୍ ଫୁଟବଲ୍ ଭଳି ଖେଳକୁଦ ରେ ମଧ୍ୟ ଅନେକ ପୁରସ୍କାର ଜିତିଛନ୍ତି । ୪୦ ବର୍ଷର କଟକର ଏହି ମୂକ ବଧିର ଅନୁଷ୍ଠାନର କିଛି ସଦସ୍ୟ ରାଜ୍ୟ ବାହାରେ ମଧ୍ୟ କର୍ମନିଯୁକ୍ତି ପାଇଛନ୍ତି । ଅନୁଷ୍ଠାନ ରେ ପୂଜା ପାର୍ବଣ ବେଳେ ଏମାନେ ଭିଡିଓ କଲ୍ ଜରିଆରେ ସେମାନଙ୍କ ସହ ଖୁସି ବାଣ୍ଟନ୍ତି । ଏମାନଙ୍କ ଏଭଳି ଉଦ୍ୟମ କୁ ନେଇ ଜଣେ ଅଞ୍ଚଳବାସୀ କୁହନ୍ତି ଏମାନଙ୍କୁ ମାନିବାକୁ ପଡ଼ିବ ପଙ୍ଗୁ ଲଂଘରେ ଗିରି ଇଛା ଥିଲେ ସବୁ ସମ୍ଭବ ଏସବୁ ଏମାନେ ପ୍ରମାଣ କରି ଦେଖାଇ ପାରିଛନ୍ତି ।

ହତାଶ ନିରାଶା ଭିତରେ ମଣିଷ ଯେତେବେଳେ କିଛି ଭୁଲ୍ ନିଷ୍ପତି ନେଇଯାଇଛି ସେଠି କହି କି ଶୁଣି ପାରୁ ନଥିବା ଏମାନଙ୍କୁ ଦେଖିଲେ ଏତିକି କୁହାଯାଇପାରେ ଏମାନେ ଜୀବନକୁ ଜିତିଛନ୍ତି ।

Leave a Reply

Your email address will not be published. Required fields are marked *