Pratidin TV

Odisha's Digital News Platform

ଗୋଷ୍ଟି ସ୍ୱାସ୍ଥ୍ୟକେନ୍ଦ୍ରରେ ରୋଗୀର ମୃତ୍ୟୁ , ଡାକ୍ତରଙ୍କ ଅବହେଳା ନେଇ ଅଭିଯୋଗ ଆଣିଲେ ପରିବାର ଲୋକେ ..

କଥାରେ ଅଛି ଡାକ୍ତର ହେଉଛନ୍ତି ଦ୍ୱିତୀୟ ଭଗବାନ । ଯିଏ ରୋଗୀକୁ ଯମ ସହିତ ଲଢେଇ କରି ମରଣ ମୁହଁରୁ ଫେରାଇ ଆଣିଥାଏ । ହେଲେ ସେହି କଥା କୁ ଭୁଲ୍ ପ୍ରମାଣ କରିଦେଇଛି ଏହି ଡାକ୍ତର । ଚିକିତ୍ସା ଅବହେଳାରୁ ଛଟପଟ ହୋଇ ଚାଲିଯାଇଛି ରୋଗୀର ଜୀବନ । ଯାହାକୁ ନେଇ ଏବେ ଜଳେଶ୍ୱର ଜିକେ ଭୋଟର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ଉତ୍ତେଜନା ଦେଖାଯାଇଛି । ରୋଗୀର ମୃତ୍ୟୁ ପରେ ଡାକ୍ତରଙ୍କୁ ଦାୟୀ କରି ମେଡ଼ିକାଲ ଇନଚାର୍ଜ ଦିଲ୍ଲିପ ପାତ୍ର ଙ୍କୁ ମାଡ ମାରିଛନ୍ତି ରୋଗିର ସଂପର୍କୀୟ ।

ସୁଚନା ଅନୁଯାୟୀ ଜଳେଶ୍ୱର ଥାନା ଚକହରି ଗ୍ରାମର ଉମେଶ ଉଝା ଜାବନ ହାରିବା ପାଇଁ ଉଦ୍ୟମ କରିଥିଲେ । ଗୁରୁତର ଅବସ୍ଥାରେ ଜଳେଶ୍ୱର ଜିକେ ଭୋଟର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ ପରିବାର ଲୋକେ । ହେଲେ କାର୍ଯ୍ୟରତ ଡାକ୍ତର ଦିଲ୍ଲିପ ପାତ୍ର ଚିକିତ୍ସା କରିବାରେ ଅବହେଳା କରିଥିଲେ । ଫଳରେ ରୋଗି ର ମୃତ୍ୟୁ ହେଇଥିବା ଅଭିଯୋଗ କରି ପରିବାର ଲୋକେ କାର୍ଯ୍ୟରତ ଡାକ୍ତର ଦିଲ୍ଲିପ ପାତ୍ର କୁ ଗାଳି ଗୁଲଜ କରିବା ସହିତ କରିବା ସହିତ ମାଡ ମାରିଥିଲେ । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଲୋକ ମାନଙ୍କୁ ଜେତେ ବୁଝା ସୁଝା କରିବାକୁ ଚେଷ୍ଠା କରିଥିଲେ । ଉତ୍ୟକ୍ତ ଲୋକେ ଡାକ୍ତରକୁ ମାଡ ମାରିବା ସହିତ ହସ୍ପିଟାଲ ଭାଙ୍ଗା ରୁଜା କରିଥିବା । ଦେଖିବାକୁ ମିଳିଛି ।

Leave a Reply

Your email address will not be published. Required fields are marked *