Pratidin TV

Odisha's Digital News Platform

୭ବର୍ଷ ପରେ ନାବାଳିକାର ଆତ୍ମାକୁ ମିଳିଲା ନ୍ୟାୟ, ଦୁଷ୍କର୍ମକାରୀକୁ ଫାଶୀଦଣ୍ଡ ଶୁଣାଇଲେ କୋର୍ଟ..

1 min read

ସୁନ୍ଦରଗଡ : ଐତିହାସିକ ରାୟ ଶୁଣାଇଲା ସୁନ୍ଦରଗଡ ପୋକ୍ସୋ କୋର୍ଟ । ଅପହରଣ, ଦୁଷ୍କର୍ମ ଏବଂ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଅଭିଯୁକ୍ତକୁ ମିଳିଲା ଫାଶୀଦଣ୍ଡ । ୨୦୧୬ ମସିହାରେ ଘଟିଥିବା ଏକ ଘଟଣାରେ ଆଜି ମିଳିଲା ନ୍ୟାୟ । ଆଉ ଦୁଷ୍କର୍ମକାରୀକୁ ଫାଶୀ ଦଣ୍ଡ ଶୁଣାଇଲେ ସ୍ୱତନ୍ତ୍ର ପୋକ୍ସୋ କୋର୍ଟ । ସୁନ୍ଦରଗଡ ଟାଉନ ଥାନା ଅଞ୍ଚଳର ଜଣେ ୪ ବଷୟୀୟ ଶିଶୁକନ୍ୟାକୁ ଅପହରଣ କରିବା ସହ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିଲା । ଏଥିରେ ପୋଲିସ ଜଣଙ୍କୁ ଗିରଫ କରିଥିଲା । ତେବେ ଏହି ମାମଲଟି ୨୦୧୬ରୁ କୋର୍ଟରେ ଚାଲିଥିବା ବେଳେ ଆଜି ତାର ଶେଷ ଶୁଣାଣି ହୋଇଛି । ସୁନ୍ଦରଗଡ ସ୍ୱତନ୍ତ୍ର ପୋସ୍କୋ କୋର୍ଟ ମାମଲା ବିଚାର କରି ଫାଶୀ ଦଣ୍ଡାଦେଶ ଶୁଣାଇଛନ୍ତି ।
ସୂଚନାମୁତାବକ, ୨୦୧୬ ଅକ୍ଟୋବର ୨୧ ତାରିଖରେ ଶିଶୁ କନ୍ୟାଟି ତା ମାଆ ଏବଂ ଭଉଣୀ ସହିତ ଶୋଇଥିବା ବେଳେ ତାକୁ ଅଭିଯୁକ୍ତ ଉଠାଇ ନେଇଥିଲା । ତେବେ ରାତି ଅଧରେ ଝିଅକୁ ପାଖରେ ନପାଇ ଖୋଜା ଖୋଜି କରିଥିଲା ମାଆ । ହେଲେ ଝିଅର କୌଣସି ପତ୍ତା ମିଳି ନଥିଲା । ଏନେଇ ତା ପରଦିନ ସୁନ୍ଦରଗଡ ଥାନାର ଦ୍ୱାରସ୍ଥ ହୋଇଥିଲା କୁନି ଝିଅର ମାଆ । ଅଭିଯୋଗ ଆଧାରରେ ପୋଲିସ ଝିଅକୁ ଖୋଜିବା ଆରମ୍ଭ କରିଥିଲା । ୩ଦିନ ପରେ ଏକ ନିର୍ମାଣଧୀନ ଘର ଭିତରୁ ପୋଲିସ କୁନି ଝିଅର ମୃତଦେହକୁ ଉଦ୍ଧାର କରିଥିଲା । ପ୍ରାଥମିକ ତଦନ୍ତରୁ ପୋଲିସ ଜଇଅର ପଡୋଶୀ ଉପରେ ସନ୍ଦେହ କରି ପଚରାଉଚୁରା କରିଥିଲା । ପଡୋଶୀକୁ ଜେରା କରିବା ପରେ ସେ ଦୁଷ୍କର୍ମ ପରେ ହତ୍ୟା କରିଥିବା ନେଇ ସ୍ୱୀକାର କରିଥିଲା । ୩୫ଜଣ ସାକ୍ଷୀ ଏବଂ ଅନ୍ୟ ସବୁ ପ୍ରମାଣ ଆଧାରରେ ଦୋଷୀକୁ ଫାଶୀଦଣ୍ଡ ଶୁଣାଇଛନ୍ତି କୋର୍ଟ ।

Advertisement

Leave a Reply

Your email address will not be published. Required fields are marked *