Pratidin TV

Odisha's Digital News Platform

ନିର୍ଣ୍ଣାୟକ ମୁକାବିଲା ଜିତି ପ୍ଲେ ଅଫ୍‌ରେ ବେଙ୍ଗାଲୁରୁ, ପରାଜୟ ସହ IPL 2024ରୁ ଚେନ୍ନାଇର ବିଦାୟ

1 min read

ମନରେ ଏକାଗ୍ରତା, ଧର୍ଯ୍ୟ, ଓ ସାହସ ରଖିଲେ ସଫଳତା ନିଶ୍ଚିତ ମିଳିଥାଏ | ଏଭଳି କିଛି ପ୍ରମାଣ କରି ଦେଖାଇଛନ୍ତି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଳୁରୁ | ଖରାପ ପ୍ରଦର୍ଶନ ସତ୍ତ୍ୱେ ପଏଣ୍ଟ ଟେବୁଲର ଶେଷରେ ରହି ମଧ୍ୟ RCB IPL ରେ ୪ର୍ଥ ଟିମ ଭାବେ ପ୍ଲେ ଅଫ୍‌ରେ ଏଣ୍ଟ୍ରି ମାରିଛି | ଅସମ୍ଭବକୁ କିପରି ସମ୍ଭବ କରାଯାଇ ପରେ ତାହା ଦେଖାଇଛନ୍ତି ୧୮ ନମ୍ବର ଦଳ ପାଇଁ ଲକି ସାବ୍ୟସ୍ତ ହୋଇଛି | ପୂର୍ବ ରେକର୍ଡ ବଜାୟ ରଖିଲା RCB ଟିମ |

ତେବେ IPL ୬୮ ତମ ମ୍ୟାଚରେ ଟିମ ଚେନ୍ନାଇକୁ ୨୭ ରନରେ ହରାଇ ପ୍ଲେ ଅଫ୍‌ରେ ପ୍ରବେଶ କରିଛନ୍ତି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଳୁରୁ | ଟ୍ରଫି ହଟାଇବାର ମଉଳି ଯାଇଥିବା ଆସାହକୁ ପୁଣି ଥରେ ତାଜା କରିଦେଇଛି RCB | ହ୍ୱିଭୋଲ୍ଟେଜ ମ୍ୟାଚରେ ବିରାଟ, ଦୁପ୍ଲିସିସ ଓ ପଟିଦାରଙ୍କ ଲଢୁଆ ବ୍ୟାଟିଂ ଦେଖିବାକୁ ମିଳିଥିଲା | ତେବେ ପ୍ଲେ ଅଫ୍‌ରେ ପ୍ରବେଶ ପାଇଁ ଶନିବାର ସନ୍ଧ୍ୟାରେ ଚିନ୍ନା ସ୍ୱାମୀ ଷ୍ଟାଡିୟମରେ RCB ଏବଂ CSK ମଧ୍ୟରେ ମ୍ୟାଚ ହୋଇଥିଲା | ବର୍ଷ ହୋଇଥିଲେ ମଧ୍ୟ ମ୍ୟାଚ ପ୍ରତି ବାଧା ସାଜିନଥିଲା |

Leave a Reply

Your email address will not be published. Required fields are marked *