ମେହେନ୍ଦିରେ ତିରୁପତି ବାଲାଜୀଙ୍କ ଚିତ୍ର ଆଙ୍କି ଗିନିଜ ବୁକ ରେକର୍ଡ କଲେ ମଧ୍ୟପ୍ରଦେଶର ଦୀକ୍ଷା
1 min read୯ ଫୁଟ ଉଚ୍ଚତା ମେହେନ୍ଦୀରେ ତିରୁପତି ବାଲାଜୀଙ୍କ ଚିତ୍ର ଆଙ୍କି ଗିନିଜ ବୁକ ରେକର୍ଡ | ମେହେନ୍ଦୀ ପେଣ୍ଟିଂ ବି୍ଶ୍ବର ଉଚ୍ଚତମ ଚିତ୍ରକଳା ଭାବେ ରେକର୍ଡ କରିଛନ୍ତି ମଧ୍ୟପ୍ରଦେଶ ଜବଲପୁରର ଦୀକ୍ଷା ଗୁପ୍ତା ।
ସୂଚନା ଅନୁଯାୟୀ, ମେହେନ୍ଦୀରେ ତିରୁପତି ବାଲାଜୀଙ୍କ ଚିତ୍ର ଆଙ୍କିବା ପାଇଁ ଦିନକୁ ସେ ୫ରୁ ୬ ଘଣ୍ଟା ସମୟ ଦେଉଥିଲେ । ମାତ୍ର ୩ ମାସ ମଧ୍ୟରେ ଦୀକ୍ଷାଙ୍କ ପେଣ୍ଟିଂ ସମ୍ପୂର୍ଣ୍ଣ ଭାବେପ୍ରସ୍ତୁତ ହୋଇଥିଲା ବୋଲି କହିଛନ୍ତି ଦୀକ୍ଷା | ଏହି ସୂକ୍ଷ୍ମ କାରୁକାର୍ଯ୍ୟ ପାଇଁ ଦୀକ୍ଷା ୨ କିଲୋଗ୍ରାମ ମେହେନ୍ଦୀର ବ୍ୟବହାର କରିଥିଲେ । ଗିନିଜ ବୁକ୍ରେ ତାଙ୍କ କଳାକୃତି ସବମିଟ୍ କରିବାର ବର୍ଷକ ପରେ ଦୀକ୍ଷାଙ୍କୁ ଏହି ସମ୍ମାନ ମିଳିଛି ।