କିଡନୀ ରୋଗରେ ପୀଡିତ ନବମ ଶ୍ରେଣୀ ଛାତ୍ର ଦୀପକ , ବଞ୍ଚିବାକୁ କରୁଛି ଆକୁଳ ନିବେଦନ …
1 min readଜଗତସିଂହପୁର ; କିଡନୀ ରୋଗରେ ପୀଡିତ ନବମ ଶ୍ରେଣୀ ଛାତ୍ର ଦୀପକ। ପୁଅ ର ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ , ଚିନ୍ତାରେ ବାପ, ମା । ଜଗତସିଂହପୁର ଜ଼ିଲ୍ଲା ରଘୁନାଥପୁର ବ୍ଲକ ଅନ୍ତର୍ଗତ ସାଦେଇ ପୁର ପଞ୍ଚାୟତ ବଣିକୁନ୍ଦ ଗ୍ରାମର ଦିନ ମଜୁରିଆ ରାଜକିଶୋର ଭୋଇଙ୍କ ଏକମାତ୍ର ପୁଅ ଦୀପକ ଭୋଇ ।
କିଡନୀ ରୋଗରେ ଆକ୍ରାନ୍ତ ହେବାରୁ ଦୁଇଟିଯାକ କିଡନୀ ଅକାମୀ ହୋଇ ପଡିଛି। ହଠାତ ଦେହ ହାତ ଫୁଲିଯାଉଛି । କେଉଁଆଡ଼େ ଯାତାୟାତ କରିପାରୁନାହିଁ । ଗୋଟିଏ ଜାଗାରେ ବସି ରହି ଅନେକ କିଛି ଭାବୁଛି।
ସାଙ୍ଗ ସାଥି ମାନଙ୍କ ସହିତ ନାଁ ଖେଳକୁଦ କରିପାରୁଛି ନାଁ ସ୍କୁଲ କୁ ଯାଇପାରୁଛି । ବାପ, ମା ପୁଅର ଏପରି ଅବସ୍ଥାରେ କଣ କରିବେ କିଛି ଭାବି ପାରୁନାହାନ୍ତି । ପୁଅ ଦୀପକ ର ଚିକିତ୍ସାଲାଗି ସମସ୍ତ ସଞ୍ଚିତ ଅର୍ଥ ଖର୍ଚ୍ଚ ସାରିଲାଣି । ଅଭାବୀ ସଂସାର ଚଳାଇବା ପାଇଁ ବାପ, ମା ପର ଘରେ ପାଇଟି କରି ଦୁଃଖ କଷ୍ଟରେ ଦୁଇଓଳି ଖାଇ ବଞ୍ଚିଛନ୍ତି । ଯେଉଁ ପୁଅ ଦିନେ ବାପ ମା ଙ୍କ ପାଇଁ ସାହାରା ସାଜିଥାଆନ୍ତା ସେହି ପୁଅର ଏଭଳି ଅବସ୍ଥା ଦେଖି ବାପ, ମା ନିଜ ଦରିଦ୍ରତାକୁ ଧିକାର କରୁଛନ୍ତି । ଗ୍ରାମବାସୀ, ବନ୍ଧୁ ବାନ୍ଧବ, ରାଜ୍ୟ ସରକାର ମୋ ପୁଅକୁ ଆର୍ଥିକ ସହାୟତା ପ୍ରଦାନ କରନ୍ତୁ ବୋଲି ଆକୁଳ ନିବେଦନ କରିଛନ୍ତି ।
ଆପଣଙ୍କ ଗୋଟିଏ ଟଙ୍କା ବି ଦୀପକର ଜୀବନ ଜ୍ୟୋତୀକୁ ପୁଣି ଥରେ ଜଳାଇବାରେ ସାହାର୍ଯ୍ୟ କରିବ ।
NAME – PRABHATI BHOI
AC NO – 0560010352666
IFSC CODE – PUNB0056020