ଝାରସୁଗଡାରୁ ହାରିବା ପରେ ଏଭଳି କହିଲେ ଦୀପାଳି…
1 min readସରିଲା ସବୁ ଅପେକ୍ଷାର ଅନ୍ତ । ବାଜିମାରିନେଲା ବିଜେପି । ଓଡିଶା ଇତିହାସରେ ବଦଳିଯାଇଛି ବିଜେଡି ସମୀକରଣ । ଲାଗିଛି ବିଜେଡି କୁ ଶକ୍ତ ଝଟକା । ତେବେ ଏଥିରେ ମଧ୍ୟ ଝାରସୁଗୁଡ଼ାରେ ବିଜେଡି ପକ୍ଷରୁ ପ୍ରାର୍ଥୀ ହୋଇଥିବା ଦୀପାଳି ଦାସ ପରାଜିତ ହୋଇଛନ୍ତି। ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ ଙ୍କ ଠାରୁ ୧୩୨୨ ଖଣ୍ଡ ଭୋଟରେ ହରାଇଛନ୍ତି। ପରାଜୟ ପରେ ପ୍ରଥମ ପ୍ରତିକ୍ରିୟା ରଖିଛନ୍ତି ଦୀପାଳି। ସେ କହିଛନ୍ତି ଯେ, ‘ହାରିବା ଓ ଜିତିବା ନିର୍ବାଚନର ଏକ ଅଂଶ।
ଏହି ନିର୍ବାଚନୀ ପ୍ରଚାର ସମୟରେ ଆପଣମାନେ ଯେପରି ଭାବରେ ମୋତେ ସ୍ନେହ, ଶ୍ରଦ୍ଧା ଓ ଆଶୀର୍ବାଦ ଦେଇଛନ୍ତି ତାହା ମୁଁ ସବୁଦିନ ପାଇଁ ମାନେ ରଖିବି ଏହା ସହିତ ଏହି ସମୟରେ ମୋତେ ସହଯୋଗ କରିଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ ମୁଁ ଧନ୍ୟବାଦ ଜଣାଉଛି । ମୋର ପ୍ରିୟ ଝାରସୁଗୁଡ଼ାବାସୀଙ୍କ ସେବା କରିବା ପାଇଁ କୌଣସି ପଦବୀର ଆବଶ୍ୟକତା ନାହିଁ । ଆଜୀବନ ମୁଁ ମୋର ସେବା କାର୍ଯ୍ୟ ଜାରି ରଖିବି। ଆଉ ଥରେ ସମସ୍ତଙ୍କୁ ଧନ୍ୟବାଦ ଜଣାଉଛି ଏବଂ ସମସ୍ତଙ୍କର ସୁଖ ଶାନ୍ତି ପାଇଁ ମା’ସମଲେଇ ଓ ଝାଡ଼େଶ୍ୱର ବାବାଙ୍କ ନିକଟରେ ପ୍ରାର୍ଥନା କରୁଛି’ ବୋଲି ସେ କହିଛନ୍ତି।