Pratidin TV

Odisha's Digital News Platform

ଘରକୁ ଆସିଲା ଲକ୍ଷ୍ମୀ , ନୂଆ ଘର କିଣିଲେ ଦୀପିକା …

1 min read

ବଦଳି ଯାଇଛି ଦୀପିକାଙ୍କ ଜୀବନ । କାରଣ ଦୀପିକାଙ୍କ କୋଳକୁ ଆସିଛି ଲକ୍ଷ୍ମୀ  । ଦୀପିକା ପାଦୁକୋନ ଏବଂ ରଣଭୀର ସିଂ ଚଳିତ ମାସ 8 ରେ ସେମାନଙ୍କର ପ୍ରଥମ ସନ୍ତାନର ପିତାମାତା ହୋଇଛନ୍ତି । ଦୀପିକା ଏକ ଶିଶୁ କନ୍ୟା ଜନ୍ମ ଦେଇଛନ୍ତି । ଏପରି ସମୟରେ ଘରକୁ ଲକ୍ଷ୍ମୀଙ୍କ ଆସିବା ଖୁସିରେ ଦୀପିକା ଏବଂ ତାଙ୍କ ପିତା ପ୍ରକାଶ ପାଦୁକୋନଙ୍କ ମାଲିକାନାରେ ଥିବା କେ ଏଣ୍ଟରପ୍ରାଇଜେସ୍ LLP ମୁମ୍ବାଇର ବାନ୍ଦ୍ରା ୱେଷ୍ଟରେ ଏକ ବିଳାସପୂର୍ଣ୍ଣ ଆପାର୍ଟମେଣ୍ଟ କିଣିଛନ୍ତି । ସାଗର ରେଶମ୍ କୋ-ଅପରେଟିଭ୍ ହାଉସିଂ ସୋସାଇଟିରେ ଥିବା ତାଙ୍କ ଆପାର୍ଟମେଣ୍ଟର ମୂଲ୍ୟ କୋଟି ଟଙ୍କା ବୋଲି କୁହାଯାଉଛି।

ଏହାର ଚୁକ୍ତି 12 ସେପ୍ଟେମ୍ବର 2024 ରେ ପଞ୍ଜୀକୃତ ହୋଇଛି ।ଦୀପିକାଙ୍କ ଶାଶୁ ଅଞ୍ଜୁ ଭବନାନି ମଧ୍ୟ ସେପ୍ଟେମ୍ବରରେ 19.13 କୋଟି ଟଙ୍କାରେ ଏକ ଆପାର୍ଟମେଣ୍ଟ କିଣିଥିଲେ । ସୂଚନା ଅନୁସାରେ, ଏହି ଆପାର୍ଟମେଣ୍ଟ 1,822.45 ବର୍ଗଫୁଟ (169 ବର୍ଗ ମିଟର)ର ଅଟେ । ଯେଉଁଥିରେ ଗୋଟିଏ କାର ପାର୍କିଂ ସ୍ଥାନ ମଧ୍ୟ ଅଛି । ଏହି ଡିଲ୍ ପାଇଁ ଷ୍ଟାମ୍ପ ଡ୍ୟୁଟି 95.68 ଲକ୍ଷ ଟଙ୍କା ଥିଲା, ଯେଉଁଥିରେ 30,000 ଟଙ୍କା ପଞ୍ଜୀକରଣ ଫି ଅନ୍ତର୍ଭୂକ୍ତ କରାଯାଇଥିଲା । ରିପୋର୍ଟ ଅନୁଯାୟୀ  ଏହି ଆପାର୍ଟମେଣ୍ଟ ବାନ୍ଦ୍ରା ବ୍ୟାଣ୍ଡଷ୍ଟାଣ୍ଡରେ ରେଶମ୍ ରେସିଡେନ୍ସିଆଲ୍ ଟାୱାରରେ ଏକ ବିଳାସପୂର୍ଣ୍ଣ ଆପାର୍ଟମେଣ୍ଟ କିଣିଛନ୍ତି । ଏହି ଆପାର୍ଟମେଣ୍ଟ ଶାହାରୁଖ ଖାନଙ୍କ ମନ୍ନତ ଏବଂ ସଲମାନ ଖାନଙ୍କ ଗାଲାକ୍ସି ଆପାର୍ଟମେଣ୍ଟ ମଝିରେ ପଡିବ । ଖବର ଅନୁଯାୟୀ ଏହାର ମୂଲ୍ୟ 100 କୋଟିରୁ ଅଧିକ ଅଟେ ।

Leave a Reply

Your email address will not be published. Required fields are marked *