Pratidin TV

Odisha's Digital News Platform

ହସ୍ପିଟାଲରେ ଭର୍ତ୍ତି ହେଲେ ଦୀପିକା , ଖୁବ ଶୀଘ୍ର ଆସିପାରେ ଖୁସିଖବର ..

ଆଉ ମାତ୍ର କିଛି ଘଣ୍ଟା ପରେ ଦୀପବୀର ଙ୍କ ଘରକୁ ଆସିବାକୁ ଯାଉଛି କୁନି ଅତିଥି । କାରଣ ବେ ଅଭିନେତ୍ରୀଙ୍କ କାର ମୁମ୍ବାଇର ଏଚ୍.ଏନ୍ ରିଲାଏନ୍ସ ଫାଉଣ୍ଡେସନ୍ ହସ୍ପିଟାଲ ଭିତରକୁ ଯାଉଥିବା ଦେଖିବାକୁ ମିଳିଛି। କୁହାଯାଉଛି ଯେ ଦୀପିକା ପାଦୁକୋନଙ୍କୁ ଏଚ୍.ଏନ୍ ରିଲାଏନ୍ସ ଫାଉଣ୍ଡେସନ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଦୀପିକା ପାଦୁକୋନଙ୍କ ସହ ତାଙ୍କ ପରିବାରର ଅନ୍ୟ କିଛି ସଦସ୍ୟ ମଧ୍ୟ ନଜର ଆସିଛନ୍ତି। ଅଭିନେତ୍ରୀ ଯେକୌଣସି ସମୟରେ ମା’ ବନିପାରନ୍ତି ବୋଲି ଚର୍ଚ୍ଚା ହେଉଛି |ପୂର୍ବରୁ ଦୀପିକାଙ୍କ ପ୍ରସବ ସେପ୍ଟେମ୍ବର ୨୮, ୨୦୨୪ରେ ଦକ୍ଷିଣ ବମ୍ବେର ଏକ ଡାକ୍ତରଖାନାରେ ହେବାର ସମ୍ଭାବନା ରହିଥିବା ନେଇ ଚର୍ଚ୍ଚା ହୋଇଥିଲା | ହେଲେ ଏବେ ଲାଗୁଛି ଦୀପିକା ସେପ୍ଟେମ୍ବର ୨୮ ପୂର୍ବରୁ ହିଁ ଦୀପିକା ମା’ ହେବେ |

Leave a Reply

Your email address will not be published. Required fields are marked *