Pratidin TV

Odisha's Digital News Platform

ମାଆ ହେବା ର ୪୦ଦିନ ପରେ କାମକୁ ଫେରିଲେ ଦୀପିକା ,ରଣବୀର ସେୟାର କଲେ ଭିଡିଓ ..

1 min read

ନିକଟରେ କନ୍ୟା ସନ୍ତାନର ଜନନୀ ହୋଇଛନ୍ତି ଅଭିନେତ୍ରୀ ଦୀପିକା ପାଦୁକୋନ । ସେ ସେପ୍ଟେମ୍ବର ୮ରେ ଏକ କନ୍ୟା ସନ୍ତାନ ଜନ୍ମ ଦେଇଥିଲେ, ଏହି ଖବର  ସୋସିଆଲ ମିଡିଆରେ ଘୋଷଣା କରିଥିଲେ । ଅଭିନେତ୍ରୀ ମାଆ ହେବାର ୪୦ ଦିନ ନବିତୁଣୁ ପୁଣି ସେ ଅଭିନୟ ଦୁନିଆକୁ ଫେରୁଥିବା ନେଇ ଦୀପିକା ନିଜେ ଘୋଷଣା କରିଛନ୍ତି ।

ନିକଟରେ ରଣଭୀର ସିଂ ମଧ୍ୟ ଏକ ଭିଡିଓ ସେୟାର କରିଛନ୍ତି ଯେଉଁଥିରେ ତାଙ୍କ ପତ୍ନୀ ଦୀପିକା ପାଦୁକୋନ ମଧ୍ୟ ତାଙ୍କ ସହ ନଜର ଆସିଥିଲେ । ବାସ୍ତବରେ ରଣଭୀର ଏକ ବିଜ୍ଞାପନ ଭିଡିଓ ସେୟାର କରିଛନ୍ତି ଯେଉଁଥିରେ ତାଙ୍କ ପତ୍ନୀ ଦୀପିକା ପାଦୁକୋନ ମଧ୍ୟ ତାଙ୍କ ସହ ନଜର ଆସିଛନ୍ତି । ଭିଡିଓ ସେୟାର କରିବାବେଳେ ରଣବୀର କ୍ୟାପସନରେ ଲେଖିଛନ୍ତି – ‘ଚିନ୍ତାଧାରା ହିଁ ଘରକୁ ତିଆରି କରିଥାଏ।’ ଏହି ଭିଡିଓ ଉପରେ ଦମ୍ପତିଙ୍କର ଅନେକ ପ୍ରଶଂସକ ମଧ୍ୟ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ।

Advertisement

କିନ୍ତୁ, ଏହି ଭିଡିଓରେ ସବୁଠାରୁ ଅଧିକ ଚର୍ଚ୍ଚାର ବିଷୟ ପାଲଟିଛି ଦୀପିକାଙ୍କ ଫିଟନେସ୍ । ଏହି ଅଭିନେତ୍ରୀ ଗତ ମାସରେ ମାଆ ହୋଇଛନ୍ତି, କିନ୍ତୁ ଭିଡିଓରେ ତାଙ୍କର ଫିଟନେସ୍ ଦେଖିବା ପରେ କେହି କହିପାରିବେ ନାହିଁ ଯେ ସେ ୪୦ ଦିନ ପୂର୍ବରୁ ଏକ ଝିଅ ଜନ୍ମ ଦେଇଛନ୍ତି । ସାର୍ଟ ଏବଂ ପ୍ୟାଣ୍ଟରେ ଦେଖାଯାଇଥିବା ଦୀପିକା ବହୁତ ଫିଟ୍ ଏବଂ ସୁନ୍ଦର ଦେଖାଯାଉଛନ୍ତି । ଏଭଳି ପରିସ୍ଥିତିରେ ପ୍ରଶଂସକମାନେ ମଧ୍ୟ ତାଙ୍କ ଫିଟନେସ ଉପରେ ପ୍ରତିକ୍ରିୟା ନଦେଇ ରହିପାରିନାହାନ୍ତି ।

Leave a Reply

Your email address will not be published. Required fields are marked *