Pratidin TV

Odisha's Digital News Platform

(ଭିଡିଓ)ବିଚ୍ ରାସ୍ତାରେ ଦୀପିକାଙ୍କ ଉଗ୍ର ରୂପ : ଯୁବକଙ୍କୁ ସାର୍ଟ ଧରି ନିର୍ଧୁମ୍ ଛେଚିଲେ , କାରଣ ..


ଭୁବନେଶ୍ୱର : ପୁଣି ଚର୍ଚ୍ଚାରେ ଦୀପିକା । ଏଥର କିନ୍ତୁ ନ୍ୟାରର ଲଢେଇ ପାଇଁ ନୁହଁ ବରଂ ଯୁବକଙ୍କୁ ଉଚିତ୍ ଶିକ୍ଷା ଦେବା ପାଇଁ । ବ୍ରହ୍ମପୁର ଟ୍ରାଫିକ୍ ପୁଲିସ କାର୍ୟ୍ୟାଳୟ ନିକଟରେ ଜଣେ ଯୁବକଙ୍କୁ ଘୋଷାଡି ପିଟି ପିଟି ସାବାଡ଼ କରୁଥିବାର ନଜର ଆସିଲେ ଦୀପିକା । ଯାହାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ସୂଚନା ମୁତାବକ,ଶୁକ୍ରବାର ସନ୍ଧ୍ୟାରେ ବ୍ରହ୍ମପୁର ଟ୍ରାଫିକ ପୁଲିସ କାର୍ୟ୍ୟାଳୟ ନିକଟରେ ଜଣେ ଯୁବକ ଦୀପିକାଙ୍କୁ କମେଣ୍ଟ ମାରିଥିଲେ। ଏହାପରେ ଦୀପିକା ଉତକ୍ଷିପ୍ତ ହୋଇ ଯୁବକଙ୍କୁ ଘୋଷାଡ଼ି ଘୋଷାଡ଼ି ପିଟିଥିଲେ। କିଛି ସମୟ ପାଇଁ ରାସ୍ତାରେ ଟ୍ରାଫିକ୍ ଜାମ୍ ହୋଇଯାଇଥିଲା। ଘଟଣା ସ୍ଥଳରେ ଟାଉନ ପୁଲିସ ପହଞ୍ଚି ଯୁବକଙ୍କୁ କାବୁ କରି ଥାନାକୁ ନେଇଛନ୍ତି। ଦୁଇ ଜଣ ଯୁବକଙ୍କୁ ପୁଲିସ ଥାନାରେ ଅଟକ ରଖି ଅଧିକ ତଦନ୍ତ କରୁଛି ।

Leave a Reply

Your email address will not be published. Required fields are marked *