Pratidin TV

Odisha's Digital News Platform

(ଭିଡିଓ) ଉଡିଲା ଶକ୍ତିଶାଳୀ ଡ୍ରୋନ; ଦୁନିଆ ଦେଖିଲା ଭାରତର ‘ଆକାଶ ଶକ୍ତି’

1 min read

ଉତ୍ତର ପ୍ରଦେଶ : ଭାରତର ଶକ୍ତିକୁ ଏବେ ଦେଖୁଛି ସାରା ବିଶ୍ୱ । ଡ୍ରୋନ ଶୋ କରି ଭାରତ ଦେଖିଛି ଦମ୍ । ବାୟୁସେନା ପକ୍ଷରୁ ହିଂଡେନ୍ ଏୟାରବେସରେ ଅନୁଷ୍ଠିତ ହୋଇଥିଲା ଡ୍ରୋନ୍ ଶୋ’ । ଉତ୍ତରପ୍ରଦେଶର ସ୍ଥିତ ହିଂଡେନ୍ ଏୟାରବେସରେ ଭାରତର ସ୍ୱଦେଶୀ ଡ୍ରୋନ ଶକ୍ତି ପ୍ରଦର୍ଶନ କରୁଛି । ଡ୍ରୋନ୍ କ୍ଷେତ୍ରରେ ଭାରତ କେତେ ସୁଦୃଢ ହୋଇପାରିଛି ତାହା ହିଂଡେନ୍ ଏୟାରବେସରେ ଦେଖିବାକୁ ମିଳିଛି ।ଭାରତୀୟ ବାୟୁସେନା ସହ ମିଶି ଭାରତୀୟ ଡ୍ରୋନ୍ ସଂଘ ଭାରତ ଡ୍ରୋନ୍ ଶକ୍ତି-୨୦୨୩’ ଆୟୋଜନ କରିଛି । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଙ୍କ ଦ୍ୱାରା ଏହାର ଉଦଘାଟନ କରାଯାଇଥିଲା । ଏହି ଡ୍ରୋନ୍ ଶୋରେ ବାୟୁସେନା ମୁଖ୍ୟ ବି.ଆର୍ ଚୌଧୁରୀ ସାମିଲ ହୋଇଥିଲେ । ଡ୍ରୋନ୍ ସଂଘ ଦ୍ୱାରା ଡ୍ରୋନ୍ ସହାୟତାରେ ମେଡିକାଲ ସହାୟତାଠୁ ଆରମ୍ଭ କରି ସର୍ଚ୍ଚ ଅପରେସନ୍‌, ସେନାଙ୍କ ପାଖରେ ଜରୁରୀ ସାମଗ୍ରୀ ପହଞ୍ଚାଇବା ଭଳି ଦକ୍ଷତା ପ୍ରଦର୍ଶନ କରାଇଥିଲେ । ତେବେ ଏହି ଡ୍ରୋନ୍ ଶୋ’ ଆଗାମୀ ଦୁଇ ଦିନ ଯାଏଁ ଜାରି ରହିବ । ଗୁପ୍ତଚର, ତଦାରଖ ଏବଂ ସର୍ଚ୍ଚ ଅପରେସନ୍ ପାଇଁ ଦୂରଦୂରାନ୍ତରେ ପାଇଲଟ୍ ବିମାନ ନିୟୋଜିତ କରିବାରେ ବାୟୁସେନାର ବ୍ୟାପକ ଅଭିଜ୍ଞତା ରହିଛି । ଭାରତର ଦ୍ରୁତ ଗତିରେ ବଢୁଥିବା ଡ୍ରୋନ୍ ଟେକ୍ନୋଲୋଜି କ୍ଷେତ୍ରକୁ ଟ୍ୟାପ୍ କରିବାକୁ ଏକ ପ୍ରୟାସରେ ଭାରତୀୟ ବାୟୁସେନା ଡ୍ରୋନ୍ ପ୍ରତିଯୋଗିତା ଆରମ୍ଭ କରି ଦେଶର ଡ୍ରୋନ୍ କ୍ଷମତା ଉପରେ ନିଜର ଆତ୍ମବିଶ୍ୱାସକୁ ଦର୍ଶାଇଛି ।

Advertisement

Leave a Reply

Your email address will not be published. Required fields are marked *