Pratidin TV

Odisha's Digital News Platform

ପ୍ରତିରକ୍ଷା କ୍ଷେତ୍ରକୁ ନିର୍ମଳା ଦେଲେ ସ୍ୱତନ୍ତ୍ର ବ୍ୟୟ ବରାଦ , ଧନ୍ୟବାଦ ଦେଲେ ରାଜନାଥ ..

1 min read

ଅର୍ଥମନ୍ତ୍ରୀ  ନିର୍ମଳା ସୀତାରମଣ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ  ବଜେଟ୍ ଉପସ୍ଥାପନ କରିଛନ୍ତି। ନୂଆ ବଜେଟରେ ପ୍ରତିରକ୍ଷା କ୍ଷେତ୍ର ପାଇଁ ୪.୫୪ ଲକ୍ଷ କୋଟିର ବ୍ୟୟବରାଦ କରାଯାଇଛି । ତେବେ ଆଶ୍ଚର୍ଯ୍ୟର କଥା ହେଉଛି ଗତ ଫେବ୍ରୁଆରି ୧ରେ ଆସିଥିବା ଅନ୍ତରୀଣ ବଜେଟରେ ପ୍ରତିରକ୍ଷା କ୍ଷେତ୍ର ପାଇଁ ୬.୨୧ ଲକ୍ଷ କୋଟିର ବ୍ୟୟବରାଦ କରାଯାଇଥିଲା । ସରକାରଙ୍କ ପ୍ରତିରକ୍ଷା ବଜେଟରେ ଦୁଇଟି ବିଷୟ ଉପରେ ଗୁରୁତ୍ୱ ଦିଆଯାଇଛି ।

ସେଗୁଡ଼ିକ ହେଲା ପ୍ରତିରକ୍ଷା ଉତ୍ପାଦନ କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହେବା ଓ ରପ୍ତାନି କରିବା । ପ୍ରତିରକ୍ଷା ବଜେଟର ପ୍ରାୟ ୨୮ ପ୍ରତିଶତ ବା ୧ ଲକ୍ଷ ୭୨ ହଜାର କୋଟି ଟଙ୍କା ବିଭିନ୍ନ ରକ୍ଷା ସାମଗ୍ରୀ, ଯୁଦ୍ଧ ସାମଗ୍ରୀ ଓ ଅନ୍ୟାନ୍ୟ ଯନ୍ତ୍ରପାତି ଓ ଭିତ୍ତିଭୂମି ବାବଦରେ ବ୍ୟୟ ହେବ । ବିଶ୍ୱର ପ୍ରମୁଖ ସାମରିକ ବାହିନୀଗୁଡ଼ିକ ନିଜ ବଜେଟର ପ୍ରାୟ ଅର୍ଦ୍ଧେକ ବ୍ୟୟ କରୁଥିବାବେଳେ ଭାରତର ପ୍ରତିରକ୍ଷା ବଜେଟର ଏକ ବଡ଼ ଭାଗ ଦରମା ଓ ପେନସନ ବାବଦରେ ବ୍ୟୟ ହୁଏ । ଅନ୍ୟପଟେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ବଜେଟ ୨୦୨୪ରେ ରକ୍ଷା ମନ୍ତ୍ରାଳୟ ପାଇଁ ଆଲଟମେଣ୍ଟରେ ଖୁସି ବ୍ୟକ୍ତ କରିଛନ୍ତି ।

Leave a Reply

Your email address will not be published. Required fields are marked *