Pratidin TV

Odisha's Digital News Platform

ଦାୟିତ୍ୱ ଗ୍ରହଣ କଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଓ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

1 min read

ଆଜି ଦାୟିତ୍ୱ ଗ୍ରହଣ କଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଓ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ | ପ୍ରଧାନମନ୍ତ୍ରୀଙ୍କ ପ୍ରଥମ ପାଳିରେ ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଥିବା ବେଳେ ୨ୟ ପାଳିରେ ଶିଖିମନ୍ତ୍ରୀ ଥିଲେ | ତେବେ ତୃତୀୟ ଥର ପାଳିରେ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପୁଣି ଥରେ ଶିକ୍ଷା ଏବଂ ଉଦ୍ଵୟମିତ ମନ୍ତ୍ରାଳୟ ମିଳିଛି | ତେଣୁ ଆଜି ସେ ଦାସସତକହାତ କରି ଦାୟିତ୍ୱ ଆରମ୍ଭ କରିଛନ୍ତି | ଏହାସହ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କୁ ମନ୍ତ୍ରୀଙ୍କୁ ମଧ୍ୟ କଡା ସୁରକ୍ଷା ବଳୟରେ ଅଣାଯାଇଥିଲା | ଏହାପରେ ସେ ନିଜ ଦାୟିତ୍ୱ ଗ୍ରହଣ କରିଛନ୍ତି |

ସୂଚନା ଅନୁଯାୟୀ ଚଳିତ ନିର୍ବାଚନରେ ନରେନ୍ଦ୍ର ମୋଦି ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଗାଦିରେ ବସିଥିବା ବେଳେ ଅନେକ ନେତାଙ୍କୁ ପୂର୍ବ ଦାୟିତ୍ୱ ମିଳିଛି | ଯେଉଁଥିରେ ସାମିଲ ଅଛନ୍ତି ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ | ତେବେ ୧୯୯୭ ମସିହାରେ ମାର୍ଚ୍ଚ ୨୫ ତାରିଖରେ ରାଜନାଥ ସିଂ ଭାରତୀୟ ଜନତା ପାର୍ଟି ଉତ୍ତରପ୍ରଦେଶ ରାଜ୍ୟର ସଭାପତି ହୋଇଥିଲେ | ପରେ ୧୯୯୯ ମସିହାରେ ଅଟଳ ବିହାରୀ ବାଜପେୟୀଙ୍କ ବ୍ୟକ୍ତିତ୍ୱ କାଳରେ ଭୁପୃଷ୍ଠ ମନ୍ତ୍ରାଳୟ ବିଭାଗରେ କ୍ୟାବିନେଟ ମନ୍ତ୍ରୀ ଭାବରେ ଦାୟିତ୍ୱ ନେଇଥିଲେ | ରାଜନାଥ ସିଂ ୨000 ମସିହା ଅକ୍ଟୋବର ୨୮ରୁ ୨00୨ ମାର୍ଚ୍ଚ ୮ ପର୍ଯ୍ୟନ୍ତ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଥିଲେ |

Advertisement

Leave a Reply

Your email address will not be published. Required fields are marked *