Pratidin TV

Odisha's Digital News Platform

ଶିବରାତ୍ରୀ ସନ୍ଧ୍ୟାରେ ଭୟଙ୍କର ଅଗ୍ନିକାଣ୍ଡ, ଡେଲାଙ୍ଗରେ ଜଳିଗଲା ୧୦ବଖରା ଘର,

ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ଗୁଆଳିଡା ପଞ୍ଚାୟତ ଅଧିନ ହୁମର ଗ୍ରାମରେ ମଙ୍ଗଳବାର ସନ୍ଧ୍ୟାରେ ନିଆଁ ଲାଗି ୧୦ ବଖରା ଘର ପୋଡି ଭସ୍ମୀଭୂତ ହୋଇଯାଇଛି ।ଏଥିରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଜଳି ପାଉଁଶ ହୋଇଯାଇଥିବା ବେଳେ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି । ଶିବରାତ୍ରୀ ସନ୍ଧ୍ୟାରେ ଏହି ଭଳି ଅଗ୍ନିକାଣ୍ଡ ଘଟିଥିବା ଲୋକ ମଧ୍ୟ ବିଭିନ୍ନ ଚର୍ଚ୍ଚା ହୋଇଛି।

 ମଙ୍ଗଳବାର ସନ୍ଧ୍ୟା ପ୍ରାୟ ୭ଟା ସମୟରେ ପ୍ରଥମେ ହୁମର ଗ୍ରାମର ବ୍ରଜକିଶୋର ପରିଡାଙ୍କ ଘରୁ ନିଆଁ ଲାଗି ନିମିଷକ ମଧ୍ୟରେ ପଡୋଶୀ ଘରକୁ ବ୍ୟାପି ଯାଇଥିଲା ।ଅଗ୍ନିକାଣ୍ଡ ଯୋଗୁଁ ବ୍ରଜକିଶୋର ପରିଡ଼ା,ପୂର୍ଣ୍ଣଚନ୍ଦ୍ର ପରିଡ଼ା,ନଳିନୀ ପରିଡ଼ା,ଗଙ୍ଗାଧର ପରିଡ଼ା ଓ ଧ୍ୱଜ ପରିଡ଼ାଙ୍କ ୧୦ ବଖରାରୁ ଉର୍ଦ୍ଧ୍ୱ ଘର ପୋଡି ପାଉଁଶ ହୋଇଯାଇଛି ।ଏହି ଅଗ୍ନିକାଣ୍ଡ ଯୋଗୁଁ ଘରର ଆସବାବପତ୍ର ସମେତ

ବାସନକୁସନ,ଧାନଚାଉଳ,ଦରକାରୀ କାଗଜପତ୍ର ଆଦି ଜଳି ଭସ୍ମୀଭୂତ ହୋଇଯାଇଛି। ଖବର ମିଳିବା ପରେ ଡେଲାଙ୍ଗରୁ ଦୁଇଟି ଦମକଳ ଆସି ଘଟଣା ସ୍ଥଳରେ ପହଞ୍ଚି ଗ୍ରାମବାସୀଙ୍କ ସହାୟତାରେ ନିଆଁ ଲିଭାଇଥିଲେ ।ମୁଖ୍ୟ ଆଗ୍ନିକ ଜୟରାମ ସାହୁ,ପ୍ରଭାକର ଦାସ,ସୁକାନ୍ତ ପ୍ରଧାନ,ଅଶୋକ ଦାସ ଓ ପ୍ରଶାନ୍ତ ସେଠୀ ଦୀର୍ଘ ସମୟ ଧରି ଅକ୍ଳାନ୍ତ ପରିଶ୍ରମ କରି ନିଆଁକୁ ଆୟତ୍ତ କରିଥିଲେ । ଅଗ୍ନିବିପନ୍ନ ପରିବାରକୁ ତୁରନ୍ତ ସରକାରୀ ସହାୟତା ଯୋଗାଇଦେବାକୁ ଗ୍ରାମବାସୀ ଦାବି କରିଛନ୍ତି ।

Leave a Reply

Your email address will not be published. Required fields are marked *