Pratidin TV

Odisha's Digital News Platform

ବୁଥରେ ଇଭିଏମ୍ ଅଚଳ ଯୋଗୁଁ ଭୋଟ୍ ଦେବାରେ ବିଳମ୍ବ , ବିରକ୍ତ ହେଲେ ଭୋଟର୍

1 min read

ଆରମ୍ଭ ହୋଇଛି ଗଣତନ୍ତ୍ର ପର୍ବ | ସକାଳ ୭ଟାରୁ ଆରମ୍ଭ ହୋଇଛି ଚତୁର୍ଥ ପର୍ଯ୍ୟାୟ ମତଦାନ | ଅସହ୍ୟ ଗରମ ଓ ଗୁଳୁଗୁଳି ସତ୍ତ୍ୱେ ବିଭିନ୍ନ ବୁଥ୍‌ରେ ସକାଳୁ ଭୋଟରଙ୍କ ପ୍ରବଳ ଭିଡ଼ ଲାଗି ରହିଛି। ଏହାସତ୍ତ୍ୱେ ବିଭିନ୍ନ ବୁଥ୍‌ରେ ଇଭିଏମ୍‌ ଅଚଳ ହୋଇପଡ଼ିବାରୁ ଭୋଟରଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ ପ୍ରକାଶ ପାଇଛି। ତେବେ ନିର୍ବାଚନ ଚତୁର୍ଥ ପର୍ଯ୍ୟାୟ ମତଦାନ ଆରମ୍ଭରୁ ଅବ୍ୟବସ୍ଥାର ଖବର ସମ୍ନାକୁ ଆସିଛି | ରାଜ୍ୟର ବିଭିନ୍ନ ସ୍ଥାନରେ କାମ କରୁ ନାହିଁ EVM ମେସିନ |

ତେବେ ଯାଜପୁର ପୌରାଞ୍ଚଳ ୯୫ ନମ୍ବର ବୁଥ ମତଦାନ କେନ୍ଦ୍ରରେ EVM ମେସିନ ଖରାପ ଯୋଗୁଁ ୪୫ ମିନିଟ ପରେ ଆରମ୍ଭ ହୋଇଥିଲା ମତଦାନ |ଯାହାକୁ ନେଇ ଉତ୍ତେଜନା ଆରମ୍ଭ ହୋଇଯାଇଥିଲା | ତେବେ EVM ମେସିନ ଖରାପ ଯୋଗୁଁ ଅନେକ ସ୍ଥାନରେ ମତଦାନ କେନ୍ଦ୍ରରେ ମତଦାନ ଦେବା ବିଳମ୍ବ ହେଉଛି | ସେଥିପାଇଁ ଜନସାଧାରଙ୍କ ନିକଟରେ ଦେଖାଯାଇଛି ଅସନ୍ତୋଷ |

କେନ୍ଦ୍ରାପଡ଼ା, ଭଦ୍ରକ,ଜଳେଶ୍ୱର ଓ ବାଲେଶ୍ୱର ବିଭିନ୍ନ ସ୍ଥାନରେ ଇଭିଏମ୍‌ ଅଚଳ ହୋଇଥିବା ସୂଚନା ମିଳିଛି। ଏଥିଯୋଗୁ ମତଦାନ ବିଳମ୍ବ ହୋଇଛି। ଏହାସହ ବହୁ ଭୋଟର ଘଣ୍ଟା ଘଣ୍ଟା ଧରି ଲାଇନ୍‌ରେ ଛିଡ଼ା ହୋଇ ଶେଷରେ ବିରକ୍ତ ହୋଇ ନିଜ ମତାଧିକାର ସାବ୍ୟସ୍ତ କରି ନ ପାରି ନିରାଶ ଭୋଟ ନଦେଇ ଫେରି ଯାଇଥିବା ଜଣାଯାଇଛି।

ସୂଚନା ଅନୁସାରେ, ୬ ରହିଛି ଲୋକସଭା ଆସନ କେନ୍ଦ୍ରାପଡ଼ା, ଜଗତସିଂହପୁର, ଭଦ୍ରକ, ଯାଜପୁର, ବାଲେଶ୍ରର ଏବଂ ମୟୁରଭଞ୍ଜ ସମେତ ଏହା ଅଧୀନରେ ଥିବା ୪୨ ବିଧାନସଭା ଆସନ ପାଇଁ ମତଦାନ ହେଉଛି। । ୩୯୪ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ଭୋଟର ।

Leave a Reply

Your email address will not be published. Required fields are marked *