ଦୀପାବଳିରେ ଅଣନିଶ୍ୱାସୀ ହେଲା ଦିଲ୍ଲୀ,ଅତ୍ୟନ୍ତ ଖରାପ ସ୍ତରକୁ ଖସିଲାଣି ବାୟୁ ଗୁଣବତ୍ତା..
1 min readଦିପାବଳିରେ ଅଣନିଶ୍ବାସୀ ହୋଇପଡ଼ିଛି ଦିଲ୍ଲୀ । ଦିଲ୍ଲୀ ପାଇଁ ବାଣ ସାଜିଲା କାଳ । ବାୟୁର ଗୁଣବତା ବିପଦଜନକ ସ୍ତରକୁ ଖସିଯାଇଛି । ଲୋକଙ୍କ ନିଶ୍ବାସ ପ୍ରଶ୍ବାସରେ ସମସ୍ୟା ସୃଷ୍ଟି ହୋଇଛି । ଆଜି ଦିଲ୍ଲୀ ଏୟାର କ୍ବାଲିଟି ଇଣ୍ଡେକ୍ସ ସୂଚକାଙ୍କ ୪୦୦ ପାର୍ କରିଛି । ବାୟୁ ମାନ ଅତି ଖରାପ ଯୋଗୁଁ ରେଡ୍ ଜୋନ୍ରେ ରହିଛି ୮ଟି ଷ୍ଟେସନ୍ ।
ଆଜି ସକାଳେ ଦିଲ୍ଲୀର ଏୟାର କ୍ବାଲିଟି ଇଣ୍ଡେକ୍ସ ଜାହାଙ୍ଗୀରପୁରୀରେ ୪୧୭, ଲୋନିରେ ୩୭୭, ପୁଠଖୁର୍ଦରେ ୩୭୦, ଇହବାସରେ ୩୫୭, ମେଜର ଧାନ ଚାନ୍ଦ ଜାତୀୟ ଷ୍ଟାଡିୟମରେ ୩୫୬, ଆଲିପୁରରେ ୩୫୧, ଦ୍ୱାରକା ସେକ୍ଟରରେ ୩୪୭, ମାଲଭିଆ ନଗରରେ ୩୩୫, ଆନନ୍ଦ ବିହାରରେ ୩୩୧, କଟୱରିଆ ସରାୟରେ ୩୩୧, ଅଶୋକ ବିହାରରେ ୩୨୪, ବୱାନା ଇଣ୍ଡଷ୍ଟ୍ରିଆଲ୍ ଏରିଆରେ ୩୨୮, କନ୍ନାଟ୍ ପ୍ଲେସରେ ୩୨୯, ଗ୍ରେଟର କୈଳାଶରେ ୩୧୯, ଜିଟିବି ନଗରରେ ୩୨୨, ମୟୂର ବିହାରରେ ୩୨୨, ହରି ନଗରରେ ୩୧୬, ରୋହିଣୀରେ ୩୩୯ ସହିତ ସମସ୍ତ ସ୍ଥାନରେ ସ୍ଥିତି ଗମ୍ଭୀର ଅବସ୍ଥାରେ ରହିଛି ।