Pratidin TV

Odisha's Digital News Platform

ଚିନ୍ତା ବଢାଇଲା ଦିଲ୍ଲୀରେ ବାୟୁ ପ୍ରଦୂଷଣ, ଅଣନିଶ୍ୱାସୀ ହୋଇପଡିଲେଣି ଲୋକେ…

1 min read

ଦେଶର ରାଜଧାନୀରେ ବାୟୁ ପ୍ରଦୂଷଣ ପାଇଁ ସଂଙ୍କଟରେ ଲୋକେ । ଦିଲ୍ଲୀ ଏବଂ ଏନସିଆରରେ ରହୁଥିବା ଲକ୍ଷ ଲକ୍ଷ ଲୋକ ଅଧିକ ମାତ୍ରାରେ ପ୍ରଦୂଷଣ ହେତୁ ଶ୍ୱାସ ରୋଗର ଶିକାର ହୋଇଛନ୍ତି । ତାପମାତ୍ରା ହ୍ରାସ ପାଇବା ସହିତ ଦିଲ୍ଲୀ-ଏନସିଆରରେ ବାୟୁ ଗୁଣବତ୍ତା ଖରାପ ହେବାରେ ଲାଗିଛି । କିନ୍ତୁ ଆଜି ସକାଳେ ବାୟୁର ଗୁଣାବତ୍ତା ୧୯୦ ରେକର୍ଡ କରାଯାଇଛି । ସେଣ୍ଟ୍ରାଲ୍ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଆକଳନ କରିଛି ଯେ ଆସନ୍ତାକାଲି ଦଶହରା ରାବଣ ପୋଡି ସମୟରେ ବାଣ ଫୁଟାଇବା କାରଣରୁ ବିଭିନ୍ନ ସ୍ଥାନରେ ବାୟୁର ଗୁଣାବତ୍ତା ଖରାପ ହୋଇଥିଲା । ସେହିପରି କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଆସନ୍ତା ଏକ ସପ୍ତାହ ପାଇଁ ଦିଲ୍ଲୀ-ଏନସିଆରର ବାୟୁ ଗୁଣବତ୍ତା ଆକଳନ କରିଛି । ରିପୋର୍ଟ ଅନୁଯାୟୀ, ଗତକାଲି ଅର୍ଥାତ୍ ୨୪ ଅକ୍ଟୋବରରେ ଦିଲ୍ଲୀ-ଏନସିଆରରେ ପ୍ରଦୂଷଣ ସ୍ତର ଖରାପ ରହିଥିଲା । ଆଜି ମଧ୍ୟ ଅକ୍ଟୋବର ୨୫ ପାଇଁ ଏହା ଅତ୍ୟନ୍ତ ଖରାପ ରହିପାରେ ବୋଲି ପୂର୍ବାନୁମାନ କରାଯାଇଛି । ଆଗାମୀ ୩ ଦିନ ପାଇଁ ବାୟୁ ଗୁଣବତ୍ତା ପ୍ରଦୂଷଣ ଯୁକ୍ତ ରହିବ ବୋଲି ଆଶା କରାଯାଉଛି । ସେହିପରି ଦଲ୍ଲୀ ନୋଏଡାରେ ମଧ୍ୟ ବାୟୁ ବୁଣାବତ୍ତା ଖରାପ ରହିଛି । ନୋଏଡାରେ ୨୧୮ ଏକ୍ୟୁଆଇ ରେକର୍ଡ କରାଯାଇଛି ।

ଦିଲ୍ଲୀର ପ୍ରଦୂଷଣର ମୁକାବିଲା ପାଇଁ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି । ଦିଲ୍ଲୀ-ଏନସିଆରରେ ଯାତ୍ରୀଙ୍କ ମଧ୍ୟରେ ସାଧାରଣ ପରିବହନର ବ୍ୟବହାରକୁ ତ୍ୱରାନ୍ୱିତ କରିବାକୁ ଯୋଜନା କରାଯାଇଛି । ତେବେ ଆଜି ଦିଲ୍ଲୀରେ ପ୍ରାୟ ୬ ହଜାର ପ୍ରକଳ୍ପ ଚାଲୁଥିବାରୁ ଏହି ସମସ୍ୟା ସୃଷ୍ଟି ହୋଇଛି ବୋଲି କୁହାଯାଇଛି । ଯଦି ଶୂନରୁ ୫୦ ମଧ୍ୟରେ ଏକ୍ୟୁଆଇ ରହେ ତାହାକୁ ଭଲ କୁହାଯିବ । ଆଉ ଯଦି ୫୧ ରୁ ୧୦୦ ମଧ୍ୟରେ ‘ସନ୍ତୋଷଜନକ’, ୧୦୧ ରୁ ୨୦୦ ମଧ୍ୟରେ ‘ମଧ୍ୟମ’, ୨୦୧ ରୁ ୩୦୦ ମଧ୍ୟରେ ‘ଖରାପ’, ୩୦୧ ରୁ ୪୦୦ ମଧ୍ୟରେ ‘ଅତ୍ୟନ୍ତ ଖରାପ’ ‘ଏବଂ ୪୦୧ ରୁ ୫୦୦ ମଧ୍ୟରେ’ ଗମ୍ଭୀର ‘ବିବେଚନା କରାଯାଏ । ଯେତେବେଳେ ଏକ୍ୟୁଆଇ ୫୦୦ ରୁ ଅଧିକ ହୁଏ ଏହାକୁ ‘ଅତ୍ୟନ୍ତ ଗମ୍ଭୀର’ ଭାବରେ ବିବେଚନା କରାଯାଏ ।

Advertisement

Leave a Reply

Your email address will not be published. Required fields are marked *