Pratidin TV

Odisha's Digital News Platform

ଦିଲ୍ଲୀ ଅଞ୍ଜଳି ମୃତ୍ୟୁ ମାମଲା : ଡ୍ରଗ୍ସ କାରବାରରେ ସାମିଲ ଥିଲେ ଅଞ୍ଜଳିଙ୍କ ସାଙ୍ଗ ନିଧି ..

1 min read

ନୂଆଦିଲ୍ଲୀ : ଫିଟୁଛି ଅଞ୍ଜଳିଙ୍କ ମୃତ୍ୟୁ ସହ ସାଙ୍ଗ ନିଧିର ରାଜ୍ । ୩୧ ଡିସେମ୍ବର ରାରି ୩ଟା ନୂଆଦିଲ୍ଲୀ ସୁଲତାନପୁରୀ ଥାନା ଅନ୍ତର୍ଗତ କାଞ୍ଝାବାଲା ଅଞ୍ଚଳରେ ଘଟିଥିବା ବିଭସ୍‌ô ଦୁର୍ଘଟଣା ରେ ୨୦ ବର୍ଷିୟ ଅଞ୍ଜଳିଙ୍କୁ ପ୍ରାୟ ୧୩ କିଲୋମିଟର ଘୋଷାଡିନେଇଥିଲା କାର୍ । ଏହାପରେ ଘଟଣାରେ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ୍ କରି ପୋଲିସ କାର୍ଯ୍ୟନୁଷ୍ଠାନ ଚଲାଇଥିଲା । କିନ୍ତୁ ଏହି ଅଭିଯୁକ୍ତ ମାନଙ୍କ ଛଡା ଘଟଣାସ୍ଥଳରେ ଆଉ ଜଣେ ମଧ୍ୟ ସାମିଲ ଥିଲେ । ଆଜ୍ଞା ହଁ ସେ ହେଉଛନ୍ତି ମୃତ ଅଞ୍ଜଳିଙ୍କ ସାଙ୍ଗ ନିଧି । ଅଞ୍ଜଳି ସ୍କୁଟି ଚଲାଊଥିବା ବେଳେ ସାଙ୍ଗ ନିଧି ପଛରେ ବସିଥିଲେ । କାର୍‌ଟି ଅଞ୍ଜଳିଙ୍କ ସ୍କୁଟିକୁ ଧକ୍କା ଦେବା ପରେ ଅଞ୍ଜଳି ଗାଡି ତଳେ ରହିଯିବାବେଳେ ନିଧି କାରର ପରବର୍ତ୍ତି ପାଶ୍ୱର୍ରେ ପଡିଯାଇଥିଲେ । ଏହାପରେ ଅଞ୍ଜଳି ଗାଡି ଚକ୍କାତଳେ ଲାଖିଯାଇଥିଲେ ମଧ୍ୟ ନିଧି ଘଟଣା ସ୍ଥଳରୁ ଚମ୍ପଟ୍ ମାରିଥିଲେ ।

ନିଜ ବନ୍ଧୁଙ୍କୁ ବଞ୍ଚାଇବା ପାଇଁ ଟିକେବି ପ୍ରୟାସ କରିନଥିଲେ । ଏହାପରେ କାର୍‌ଟି ଅଞ୍ଜଳିଙ୍କୁ ୧୩ କିଲୋମିଟର ଯାଏ ଘୋଷାଡି ନେଇଥିଲା । ଯେଉଁଥିରେ ତାଙ୍କ ଦେହରେ ପୋଷାକତ ରହିବା ଦୂରର କଥା ଚମଡା ମଧ୍ୟ ଦେହରେ ନଥିଲା । ଅଞ୍ଜଳିଙ୍କ ଫୁସ୍ ଫୁସ୍ ମଧ୍ୟ ବାହାରକୁ ବାହରିଆସିଥିଲା । ତେବେ ନୂତନ ବର୍ଷରେ ଏଭଳି ଏକ ହୃଦୟଥରା ଘଟଣା ସମସ୍ତଙ୍କୁ ଚମକାଇଦେଇଥିଲା । ତେବେ ବର୍ତ୍ତମାନ ଏହି ମାମଲାରେ ଅଞ୍ଜଳିଙ୍କ ସାଙ୍ଗ ନିଧକୁ ନେଇ ଏକ ବଡ ଖୁଲାସା କରିଛ ପୋଲିସ୍ । ସାଙ୍ଗକୁ ଏଭଳି ଅବସ୍ଥାରେ ମରିବାକୁ ଛାଡିଦେଇ ଆସିଥିବା ନିଧି ପୂର୍ବରୁ ଜେଲ ମଧ୍ୟ ଯାଇଛନ୍ତି । ତେବେ ଚାଲନ୍ତୁ ଜାଣିବା ନିଧିଙ୍କ ବିଷୟରେ କଣ ଖୁଲାସା କରିଛନ୍ତି ଦିଲ୍ଲୀ ପୋଲିସ ।

ମୃତ ଅଞ୍ଜଳିଙ୍କ ସାଙ୍ଗ ନିଧିଙ୍କ ଡ୍ରଗ୍ସ ଲିଙ୍କ୍ ସାମ୍ନାକୁ ଆସିଛି । ଦୁଇ ବର୍ଷ ପୂର୍ବେ ଆଗ୍ରାରେ ନିଧି ୧୦ କିଲୋଗ୍ରାମ ଗଞ୍ଜେଇ ସହ ଧରାପଡିଥିଲେ। ଜିଆରପି ତାଙ୍କ ସହ ଅନ୍ୟ ଦୁଇ ଯୁବକଙ୍କୁ ରେଳ ଷ୍ଟେସନରୁ ଧରିଥିଲା। ସେମାନଙ୍କଠାରୁ ୧୦-୧୦ କିଲୋଗ୍ରାମ ଗଞ୍ଜେଇ ଜବତ ହୋଇଥିଲା । ସେମାନେ ତେଲେଙ୍ଗାନାରୁ ଦିଲ୍ଲୀ ଗଞ୍ଜେଇ ଚାଲାଣ କରୁଥିଲେ ବୋଲି ଜେରା ବେଳେ ପୋଲିସକୁ ଏହି ତିନି କଥା କହିଥିଲେ ।

ଇନ୍ସପେକ୍ଟର ଆଗ୍ରା କ୍ୟାଣ୍ଟ ଦେବେନ୍ଦ୍ର ସିଂ କହିଛନ୍ତି ଯେ ୬ ଡିସେମ୍ବର ୨୦୨୦ରେ ନିଧି ଷ୍ଟେସନର ଫୁଟ୍ ଓଭର ବ୍ରିଜ ନିକଟରେ ୧୦ କିଲୋଗ୍ରାମ ଗଞ୍ଜେଇ ସହ ଗିରଫ ହୋଇଥିଲେ । ତାଙ୍କ ସହ ଉତ୍ତର ପଶ୍ଚିମ ଦିଲ୍ଲୀର ଅମର ବିହାର ନିବାସୀ ରବି କୁମାର ଏବଂ ଭାଗିଆ ବିହାର ନିବାସୀ ସମୀର ଓରଫ୍ ମାହିଙ୍କୁ ମଧ୍ୟ ଗିରଫ କରାଯାଇଥିଲା। ଉଭୟ ଯୁବକଙ୍କଠାରୁ ମଧ୍ୟ ୧୦-୧୦ କିଲୋଗ୍ରାମ ଗଞ୍ଜେଇ ଜବତ କରାଯାଇଥିଲା। ନିଧି କହିଥିଲେ ଯେ ସେ ଏବଂ ତାଙ୍କର ଦୁଇ ସହଯୋଗୀ ଦିଲ୍ଲୀ ବାସିନ୍ଦା ଦୀପକ ନାମକ ଜଣେ ଯୁବକଙ୍କ ନିର୍ଦ୍ଦେଶରେ ତେଲେଙ୍ଗାନାରୁ ଟ୍ରେନ୍ ଯୋଗେ ଦିଲ୍ଲୀକୁ ଗଞ୍ଜେଇ ନେଇ ଯାଉଥିଲେ।
ପୋଲିସ ତଦନ୍ତ ବେଳେ ଜାଣିବାକୁ ପାଇଥିଲା । ପୋଲିସର ତଦନ୍ତରୁ ଏହା ମଧ୍ୟ ଜଣାପଡିଛି ଯେ ସେ ଆଗରୁ ନିଶା କାରବାର ମାମଲାରେ ଗିରଫ ହୋଇଥିଲେ ।

Leave a Reply

Your email address will not be published. Required fields are marked *