Pratidin TV

Odisha's Digital News Platform

ଉପହାରରେ ବ୍ୟବସାୟୀଙ୍କ ଘରୁ ମିଳିଲା ମିଠା ବକ୍ସରେ ଅଫୁଟା ଗୁଳି, ଧମକପୂର୍ଣ ଚିଠି

1 min read

ଉପହାର ସମସ୍ତେ ଦେଇଥାନ୍ତି | ସାଧାରଣତଃ ଉପହାରରେ ମିଠା ଲୋକେ ଦେଇଥାନ୍ତି | ଏଠାରେ ମଧ୍ୟ ମିଳିଥିଲା ମିଠା ବକ୍ସ ଉପହାର | କିନ୍ତୁ ମିଠା ବକ୍ସରୁ ବାହାରିଲା ଅଫୁଟା ଗୁଳି ସହ ଧମକପୂର୍ଣ ଚିଠି | ତେବେ ଏପରି ଆତଙ୍କିତ ଘଟଣା ଦିଲ୍ଲୀର ବସନ୍ତ ବିହାର ଅଞ୍ଚଳରେ ଜଣେ ବ୍ୟବସାୟୀଙ୍କ ଘରେ ଘଟିଛି |

ସୂଚନା ଅନୁସାରେ, ଦିଲ୍ଲୀର ବସନ୍ତ ବିହାର ଅଞ୍ଚଳରେ ଶୁକ୍ରବାର ଦିନ ଜଣେ ବ୍ୟବସାୟୀଙ୍କ ଘର ବାହାରେ ଏକ ମିଠା ବକ୍ସ ମିଳିଥିଲା | ମିଠା ବକ୍ସ ଖୋଲିବା ପରେ ଦେଖିବାକୁ ମିଳିଥିଲା ସେଥିରେ ଧମକପୁର୍ଣ ଚିଠି ସହ ଏକ ଅଫୁଟା ଗୁଳି | ପରେ ସେହି ବ୍ୟବସାୟୀ ଜଣକ ପୋଲିସ ଥାନାରେ ଅଭିଯୋଗ କରିଥିଲେ | ପୋଲିସ ଆଇପିସିର ଧାରା ୫0୬ (ଅପରାଧିକ ଧମକ) ଏବଂ ଅର୍ମସ୍ ଆକ୍ଟର ଧାରା ୨୫ ଅନୁଯାୟୀ ଏକ ମାମଲା ଅଜ୍ଞାତ ବ୍ୟକ୍ତିଙ୍କ ବିରୋଧରେ ରୁଜୁ ହୋଇଛି ଏବଂ ତଦନ୍ତ ଆରମ୍ଭ କରାଯାଇଛି |

Advertisement

ଅଧିକାରଙ୍କ କହିବାନୁସାରେ ମିଠା ବକ୍ସ ଖୋଲିବା ପରେ ସେ ମିଠା ସହିତ ଥିଲା ୨ଟି ଅଫୁଟା ଗୁଳି ଏବଂ ଥିଲା ଏକ ଧମକପୂର୍ଣ ଚିଠି | ଏହି ଧମକ ପଛରେ କିଛି ବ୍ୟକ୍ତିଗତ ଶତ୍ରୁତା ଥିବା ନେଇ ସନ୍ଦେହ କରାଯାଉଛି | ଏବଂ ସମସ୍ତ ସମ୍ଭାବ୍ୟ ଆଖି ଦୃଷ୍ଟିରେ ରଖି ସେମାନେ ଏହି ମାମଲାର ତଦନ୍ତ କରୁଛନ୍ତି |

ଅନ୍ୟପଟେ ପୋଲିସ, ବ୍ୟବସାୟୀଙ୍କ ଘର ବାହାରେ ଲାଗିଥିବା ସିସିଟିଭିରୁ ସନ୍ଦିଗ୍ଧଙ୍କୁ ଚିହ୍ନଟ କରୁଛି | ସେପଟେ ଡେପୁଟି କମିଶନର କହିଛନ୍ତି କିଛି ଲୋକ ମିଳି ମିଶି ଦଳ କରି ଦାଦାଗିରି ଚଳାଉଛନ୍ତି |

Leave a Reply

Your email address will not be published. Required fields are marked *