Pratidin TV

Odisha's Digital News Platform

ହାଇକୋର୍ଟରୁ ନିରାଶ ହେଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ, ED କାର୍ଯ୍ୟାନୁଷ୍ଠାନକୁ କରିଥିଲେ ଚ୍ୟାଲେଞ୍ଜ

1 min read

ଦିଲ୍ଲୀ ହାଇକୋର୍ଟରୁ କେଜ୍ରିୱାଲ ହେଲେ ପୁଣି ନିରାଶ | ଖରରାଜ ହେଲା ତାଙ୍କ ମାମଲା | ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଲାଗିଛି ଶକ୍ତ ଝଟକା | ଇଡି ଦ୍ୱାରା କେଜ୍ରିୱାଲଙ୍କ ଗିରଫଦାରୀକୁ ସଠିକ ଓ ଆଇନଗତ ଭାବେ ବୈଧ ବୋଲି ଦର୍ଶାଇଛନ୍ତି କୋର୍ଟ | ଓ ଏଥିସହ କେଜ୍ରିୱାଲଙ୍କ ଆବେଦନକୁ କରାଯାଇଛି ଖାରଜ |

କେନ୍ଦ୍ରୀୟ ସଂସ୍ଥାର ଗିରଫଦାରୀ ଓ ଦିଲ୍ଲୀ ରାଉଜ ଆଭିନ୍ୟୁ କୋର୍ଟ ରିମାଣ୍ଡ ରାୟ ବିରୋଧରେ କେଜ୍ରିୱାଲ ଦିଲ୍ଲୀ ହାଇକୋର୍ଟରେ ଏକ ମାମଲା ରୁଜୁ କରାଯାଇଥିଲା | ଗତ ୩ ତାରିଖରେ ମାମଲା ଶୁଣାଣି କରି ରାୟ ସାରଂଖିତ ରଖାଯାଇଥିଲା | ଯାହା ଆଜି ପ୍ରକାଶ ପାଇଛି | ତେବେ ଏଥିସହ କେଜ୍ରିୱାଲଙ୍କୁ ଝଟକା ଲାଗିଛି | AAP ନେତାମାନେ ଏହା ବିରୁଦ୍ଧରେ ସୁପ୍ରିମ କୋର୍ଟର ଦ୍ୱାରସ୍ଥ ହେବ ବୋଲି ସୂଚନା ଦେଇସାରିଛି | ତେବେ ବର୍ତ୍ତମାନ କେଜ୍ରିୱାଲ ଏବେ ବିଚାର ବିଭାଗୀୟ ଜେଲରେ ଅଛନ୍ତି |

Advertisement

ତେବେ ଜଷ୍ଟିସ ସୂର୍ଯ୍ୟକାନ୍ତ ଶର୍ମା ଏକ ଖଣ୍ଡ ପୀଠ ମାମଲାର ରାୟ କରିଛନ୍ତି | ଏହି ମାମଲାର ରାୟ ରେ କହିଛନ୍ତି କେଜ୍ରିୱାଲଙ୍କୁ ଗିରଫ କରିବା ପାଇଁ ତଦନ୍ତକରି ସଂସ୍ଥା ଇଡି ନିକଟରେ ପର୍ଯ୍ୟପ୍ତ କାରଣ ଅଛି | କେଜ୍ରିୱାଲଙ୍କ ମାମଲାରେ ଅଂଶଗ୍ରହଣ ନ କରିବା ଏବଂ ତାଙ୍କ ଦ୍ୱାରା ହୋଇଥିବା ବିଳମ୍ବ ମଧ୍ୟ ନ୍ୟାୟ ହାଫଜାତରେ ଥିବା ଲୋକଙ୍କୁ ପ୍ରଭାବିତ କରିଥିଲା | ଇଡି ଦ୍ୱାରା ସଂଗୃହିତ ସାମଗ୍ରୀ ଓ ପ୍ରମାଣରୁ ଜଣାପଡିଛି ଯେ, ଏହି ଷଡ଼ଯନ୍ତ୍ରରେ ଅରବିନ୍ଦ କେଜ୍ରିୱାଲ ସାମିଲ ଥିଲେ | ତେଣୁ ଏହି ଗିରଫଦାରୀକୁ ଅବୈଧ ବୋଲି କୁହାଯାଇପାରିବ ନାହିଁ |
ଆହୁରି ହାଇକୋର୍ଟ ଜଷ୍ଟିସ କହିଛନ୍ତି ଜେଜେ, ତଦନ୍ତ କେମିତି ହେବ, ସେକଥା ଜଣେ ଅଭିଯୁକ୍ତ ନିଷ୍ପତ୍ତି ନେଇ ପାରିବେ ନାହିଁ। ଅଭିଯୁକ୍ତଙ୍କ କଥାରେ ସବୁ କିଛି ପରିଚାଳିତ ହେବ ନାହିଁ। ଆଇନ ସମସ୍ତଙ୍କ ପାଇଁ ସମାନ। ଜଣେ ମୁଖ୍ୟମନ୍ତ୍ରୀ ଆଇନରୁ ଉପରେ ନୁହନ୍ତି। କୋର୍ଟ କେବେ ହେଲେ ସାଧାରଣ ଲୋକ ଓ ଜନ ସେବକଙ୍କ ପାଇଁ ଭିନ୍ନ ଭିନ୍ନ ଆଇନ ପ୍ରଣୟନ କରିପାରିବେ ନାହିଁ।

Leave a Reply

Your email address will not be published. Required fields are marked *