Pratidin TV

Odisha's Digital News Platform

ସୁପ୍ରିମ କୋର୍ଟରୁ ନିରାଶ ହେଲେ କେଜ୍ରିଓ୍ୱାଲ , ୨ରେ ଜେଲ୍‌ ଯିବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ..

ସୁପ୍ରିମ କୋର୍ଟରୁ ନିରାଶ ହେଲେ କେଜ୍ରିଓ୍ୱାଲ । ପୁଣି ଥରେ ଜେଲ୍‌ ଯିବେ କେଜ୍ରିଓ୍ୱାଲ।  କାରଣ ସୁପ୍ରିମକୋର୍ଟ ଜାମିନ ଅବଧି ବୃଦ୍ଧିକୁ ଖାରଜ କରିଛି କୋର୍ଟ । ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛି ଯେ ୨ ଜୁନରେ କୋର୍ଟରେ ସରେଣ୍ଡର କରିବେ କେଜ୍ରିୱାଲ। ସୁପ୍ରିମକୋର୍ଟଙ୍କ ଏହି ରାୟ ଆସିବା ପରେ କେଜ୍ରିଓ୍ୱାଲଙ୍କୁ ବଡ଼ ଝଟ୍‌କା ଲାଗିଛି।

ପ୍ରକୃତରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ ନିଜ ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ମଧ୍ୟବର୍ତ୍ତିକାଳୀନ ଜାମିନ ଅବଧିକୁ ଆଉ ୭ ଦିନ ପାଇଁ ବୃଦ୍ଧି କରିବାକୁ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ। ଏଥିସହ ଏହି ଆବେଦନର ତୁରନ୍ତୁ ଶଣାଣି କରିବାକୁ ସେ କୋର୍ଟକୁ ଗୁହାରି କରିଥିଲେ। ତେବେ ତାଙ୍କର ଏହି ଆବେଦନକୁ ସୁପ୍ରିମକୋର୍ଟ ତତ୍‌ତ୍କାଳ ଶୁଣାଣି କରିବାକୁ ମନା କରିବା ସହ ଖାରଜ କରିଦେଇଛନ୍ତି। କେବଳ ଏତିକି ନୁହେଁ, ଆବେଦନ ବିଳମ୍ବରେ ଦାଖଲକୁ ନେଇ ପ୍ରଶ୍ନ ଉଠାଇଛନ୍ତି କୋର୍ଟ। ଦିଲ୍ଲୀ ସିଏମ ଅରବିନ୍ଦ କେଜ୍ରିୱାଲଙ୍କ ଆବେଦନକୁ ସୁପ୍ରିମକୋର୍ଟ ରେଜିଷ୍ଟ୍ରି ଗ୍ରହଣ କରିବାକୁ ମନା କରି ଦେଇଛନ୍ତି। ରେଜିଷ୍ଟ୍ରି କହିଛି, ‘ସୁପ୍ରିମକୋର୍ଟ ସିଏମଙ୍କୁ ଟ୍ରାଏଲ କୋର୍ଟରେ ଜାମିନ ଆବେଦନ କରିବାକୁ ସ୍ୱାଧୀନତା ଦେଇଛନ୍ତି। ମାମଲାର ଶୁଣାଣି ଅନ୍ୟ ଏକ ବେଞ୍ଚ ନିକଟରେ ସଂରକ୍ଷିତ ରହିଛି। ଏହାଛଡା ଶୁଣାଣି ପାଇଁ ଏହି ଆବେଦନକୁ ସୁପ୍ରିମକୋର୍ଟ୍ ମୁଖ୍ୟ ବିଚାରପତି ଡିୱାଇ ଚନ୍ଦ୍ରଚୁଡଙ୍କ ନିକଟକୁ ପଠାଇ ଦିଆଯାଇଛି।’ ସୁପ୍ରିମକୋର୍ଟଙ୍କ ଏଭଳି ନିଷ୍ପତ୍ତି ପରେ କେଜ୍ରିୱାଲ ଆସନ୍ତା ଜୁନ୍ ୨ରେ ସରେଣ୍ଡର କରିବା ସ୍ପଷ୍ଟ ହୋଇଛି।

Leave a Reply

Your email address will not be published. Required fields are marked *