Pratidin TV

Odisha's Digital News Platform

ଶ୍ରଦ୍ଧାୱାକର ହତ୍ୟା ମାମଲା : ପ୍ରେମିକ ଅବତାବ୍ ନାଁରେ ୩ ହଜାର ପୃଷ୍ଟାର ଚାର୍ଜସିଟ୍ ସହ ୧୦୦ ରୁ ଅଧିକ ସାକ୍ଷୀ ପ୍ରସ୍ତୁତ କରିଛି ଦିଲ୍ଲୀ ପୋଲିସ !

1 min read

ନୂଆଦିଲ୍ଲୀ : ଶ୍ରଦ୍ଧା ୱାକର ହତ୍ୟା ମାମଲାରେ ଆସୁଛି ନୁଆ ନୁଆ ତଥ୍ୟ । ଶୀଘ୍ର ଚାର୍ଜସିଟ୍ ଦାଖଲ କରିବ ଦିଲ୍ଲୀ ପୋଲିସ । ପ୍ରସ୍ତୁତ କରିଛି ୩ ହଜାର ପୃଷ୍ଟାର ଚାର୍ଜସିଟ । ଦିଲ୍ଲୀ ମେହରୁଲି ଶ୍ରଦ୍ଧା ୱାକର ହତ୍ୟା ମାମଲାରେ ଚାର୍ଜସିଟ୍ ଦାଖଲ ହେବ । ଦିଲ୍ଲୀ ପୋଲିସ ୩ହାଜର ପୃଷ୍ଠାର ଚାର୍ଜସିଟ୍ ତିଆରି କରିଥିବା ସୂଚନାମିଳିଛି ।

୧୦୦ରୁ ଅଧିକ ସାକ୍ଷୀ, ଫରେନ୍ସିକ୍ ରିପୋର୍ଟ ଓ ବୈଷୟିକ ସାମଗ୍ରୀ ଜବତ କରି ଚାର୍ଜସିଟ୍ ପ୍ରସ୍ତୁତ ହୋଇଛି । ଖୁବ୍ ଶୀଘ୍ର ଦିଲ୍ଲୀ ପୋଲିସ କୋର୍ଟରେ ଚାର୍ଜସିଟ୍ ଦାଖଲ କରିବା ନେଇ ଜଣାପଡ଼ିଛି । ଆହୁରି କୁହାଯାଉଛି କି ଫରେନସିକ୍ ଲ୍ୟାବ୍ ଓ କିଛି ବୈଦ୍ୟୁତିକ ପ୍ରମାଣ ମଧ୍ୟ ଯୋଗାଡ଼ କରିଛି ପୁଲିସ । ଯାହାକୁ ନେଇ ପୁଲିସ କୋର୍ଟରେ ଦାଖଲ କରିବ । ଏଥି ସହିତ ଡିଏନଏ ରିପୋର୍ଟ ମଧ୍ୟ ଦାଖଲ କରାଯିବ । ଏହାଛଡ଼ା ଅଭିଯୁକ୍ତ ଅଫତାବ୍ ପୁନାୱାଲାର ସମସ୍ତ ବାୟନ ଏବଂ ନାର୍କୋ ଟେଷ୍ଟକୁ ମଧ୍ୟ ଏଥିରେ ସାମିଲ ହୋଇଛି ।

ପ୍ରଥମେ ପ୍ରେମ ସମ୍ପର୍କ ଓ ପରେ ଶ୍ରଦ୍ଧା ଓ ଅଫତାବ ଲିଭି-ଇନରେ ରହିଥିଲେ । ଶ୍ରଦ୍ଧା ୱାକାର ବିବାହ ,କରିବାକୁ ଚାପ ପକାଇବାରୁ ୧୮ ମେ’ରେ ପ୍ରେମିକାକୁ ତଂଟି ଚିପି ହତ୍ୟା କରିଥିବା ଅଭିଯୋଗ ହୋଇଥିଲା । ପରେ ମୃତଦେହକୁ ଅତି ନିର୍ମମ ଭାବେ ୩୫ ଖଣ୍ଡ କରି ଛତରପୁର ଜଙ୍ଗଲରେ ପକାଇଥିଲା । ଗତ ଅକ୍ଟୋବର ମାସରେ ଝିଅର କୌଣସି ସନ୍ଧାନ ନମିଳିବାରୁ ଶ୍ରଦ୍ଧାଙ୍କ ବାପାଙ୍କ ଥାନାରେ ଆଭିଯୋଗ କରିବା ସହିତ ଅଫତାବ ସମ୍ପର୍କରେ ସୂଚନା ଦେଇଥିଲେ । ପରେ ମେଦହରୁଲ ପୋଲିସ ତଦନ୍ତ ଆରମ୍ଭ କରିଥିଲା । ନଭେମ୍ବର ୧୨ ତାରିଖରେ ଅଭିଯୁକ୍ତ ଅଫତାବକୁ ପୋଲିସ ଗିରଫ କରିଥିଲା ।

Leave a Reply

Your email address will not be published. Required fields are marked *