Pratidin TV

Odisha's Digital News Platform

ଜେଲ୍ ଯିବା ପୂର୍ବରୁ ଭାବୁକ ହେଲେ…..ସମସ୍ତେ ନିଜର ଧ୍ୟାନ ରଖିବାକୁ କହିଲେ କେଜ୍ରିୱାଲ

1 min read

ଆଜି ନିଜକୁ କୋର୍ଟରେ ସେରେଣ୍ଡର କରିବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ | ଆଜି ଯିବେ ଜେଲ | ତେବେ ଜେଲ ଯିବା ପୂର୍ବରୁ କେଜ୍ରିୱାଲ ହୋଇପଡିଛନ୍ତି ଭାବୁକ |ଏନେଇ ସୋସିଆଲ ମିଡିଆ X ରେ କରଛନ୍ତି ପୋଷ୍ଟ |

କେଜ୍ରିୱାଲ ନିଜ ପୋଷ୍ଟରେ ଲେଖିଛନ୍ତି, ଆଜି ଅପରାହ୍ଣ ୩ଟାରେ ସେ ଆତ୍ମସମର୍ପଣ କରିବେ | ସେ ପୋଷ୍ଟରେ ଲେଖିଛନ୍ତି, ‘ ‘ମାନ୍ୟବର ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ମୁଁ ୨୧ ଦିନ ପାଇଁ ନିର୍ବାଚନ ପ୍ରଚାର ପାଇଁ ଜାମିନରେ ବାହାରକୁ ଆସିଥିଲି। ଏଥିପାଇଁ ମାନ୍ୟବର ସୁପ୍ରିମକୋର୍ଟଙ୍କୁ ଅନେକ ଅନେକ ଧନ୍ୟବାଦ। ଆଜି ମୁଁ ତିହାରକୁ ଯାଇ ଆତ୍ମସମର୍ପଣ କରିବି। ମୁଁ ଅପରାହ୍ନ ୩ଟାରେ ଘରୁ ବାହାରିଯିବି।’

ସେ ଆହୁରି ଲେଖିଛନ୍ତି, ‘ପ୍ରଥମେ ମୁଁ ରାଜଘାଟ ଯାଇ ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଦେବି। ସେଠାରୁ ମୁଁ ହନୁମାନ ଜୀଙ୍କର ଆଶୀର୍ବାଦ ନେବା ପାଇଁ କନଟ୍‌ ପ୍ଲେସରେ ଥିବା ହନୁମାନ ମନ୍ଦିରକୁ ଯିବି। ସେଠାରୁ ମୁଁ ପାର୍ଟି କାର୍ଯ୍ୟାଳୟକୁ ଯାଇ ସମସ୍ତ କର୍ମୀ ଏବଂ ଦଳର ନେତାଙ୍କୁ ଭେଟିବି। ଏହାପରେ ମୁଁ ତିହାର ଜେଲ ଅଭିମୁଖେ ବାହାରିବି। ଆପଣ ସମସ୍ତେ ନିଜର ଯତ୍ନ ନିଅନ୍ତି। ଜେଲରେ ମୁଁ ଆପଣ ସମସ୍ତଙ୍କ ବିଷୟରେ ଚିନ୍ତିତ ହେବି। ଯଦି ତୁମେ ଖୁସିରେ ରହିବ ତେବେ ତୁମର କେଜ୍ରିୱାଲ ମଧ୍ୟ ଜେଲରେ ଖୁସି ହେବ।’

ତେବେ ପୂର୍ବସୂଚାନୁଯାୟୀ, ଲୋକସଭା ନିର୍ବାଚନ ପାଇଁ ମତଦାନ ସରିବା ପରେ ଶନିବାର ଶେଷ ହୋଇଥିବା ପ୍ରଚାର ପାଇଁ ସୁପ୍ରିମକୋର୍ଟ ତାଙ୍କୁ ତିନି ସପ୍ତାହ ପାଇଁ ଅନ୍ତରୀଣ ଜାମିନ ପ୍ରଦାନ କରିଥିଲେ। କିଛି ଗୁରୁତର ଅସୁସ୍ଥତା କାରଣ ଦର୍ଶାଇ କେଜ୍ରିୱାଲ ଅନ୍ତରୀଣ ଜାମିନକୁ ବଢ଼ାଇବାକୁ ସୁପ୍ରିମକୋର୍ଟଙ୍କୁ ଅପିଲ କରିଥିଲେ। କିନ୍ତୁ ଇଡିର ବିରୋଧ ପରେ କୋର୍ଟ ତାଙ୍କ ଆବେଦନ ଉପରେ ଶୁଣାଣି କରିବାକୁ ମନା କରି ଦେଇଥିଲେ। ଏହାପରେ ସେ ତଳ କୋର୍ଟରେ କରିଥିଲେ ଆବେଦନ କିନ୍ତୁ ଏତେ ଶୀଘ୍ର ଶୁଣାଣି ହେବ ନାହିଁ ବୋଲି ମନ କରିଦେଇଥିଲେ କୋର୍ଟ | ଏହି ଆବେଦନର ଶୁଣାଣି ଆସନ୍ତା ୫ ତାରିଖରେ ହେବ ବୋଲି କହିଛି କୋର୍ଟ |

Leave a Reply

Your email address will not be published. Required fields are marked *