Pratidin TV

Odisha's Digital News Platform

ସାଙ୍ଗମାନେ ମିଶି ସାଙ୍ଗ ଉପରେ କଲେ ଛୁରୀରେ ଆକ୍ରମଣ,ମନ ନ ପୂରିବାରୁ ଚଳାଇଲେ ଗୁଳି।

ନୂଆଦିଲ୍ଲୀ:ଦିଲ୍ଲୀର ଶାସ୍ତ୍ରୀ ପାର୍କର ଏକ ସଂକୀର୍ଣ୍ଣ ଗଳିରେ ଚାରି ଜଣ ବ୍ୟକ୍ତି ମିଶି ଛୁରୀରେ ଜଣଙ୍କୁ ଆକ୍ରମଣ କରି ତାକୁ ପରେ ଗୁଳି କରିଦେଇଥିଲେ | ପୋଲିସ ଏହି ସୂଚନା ଦେଇଥିଲା। ସିସିସିଟିଭ ଫୁଟେଜରୁ ଜଣାପଡିଛି ଯେ ହଠାତ ଗଳି ଭିତରେ ହାହାକାର ହୋଇଯାଇଥିଲା ସ୍ଥାନୀୟ ଲୋକ ସବୁ ଦୌଡ଼ି ପଳାଇଥିଲେ | ଅଭିଯୁକ୍ତ ବିଲାଲ, ସଉଦ,ଫିରୋଜ ଆଉ ସଲିମ, ମିଶି ପୀଡିତ ୨୫ବର୍ଷୀୟ ସମୀର ଅହମଦ ପଛରେ ଦୌଡ଼ିଯାଇ ତାକୁ ଛୁରୀରେ ଆକ୍ରମଣ କରିଥିଲେ |

ଘଟଣାସ୍ଥଳରେ ଉପସ୍ଥିତ କିଛି ଲୋକ ଏହି ଆକ୍ରମଣକୁ ରୋକିବାକୁ ଚେଷ୍ଟା କରିଥିଲେ ମଧ୍ୟ ସେମାନଙ୍କ ମଧ୍ୟରୁ ଜଣେ ଅଭିଯୁକ୍ତଙ୍କୁ ଚାପୁଡ଼ା ମାରିଥିଲା। ଏହା ପରେ ଲୋକମାନେ ସେଠାରୁ ଦୌଡ଼ି ପଳାଇଯାଇଥିଲେ। ପୀଡିତ ଅହମ୍ମଦ ଏକ ସଉଦା ଦୋକାନ ସମ୍ମୁଖରେ ତଳେ ପଡ଼ିଯାଇଥିଲେ ଏବଂ ଦୋକାନୀ ସଟର ବନ୍ଦ ପାଇଁ ପ୍ରସ୍ତୁତ ହେଉଥିବା ଫୁଟେଜରେ ଦେଖିବାକୁ ମିଳିଥିଲା। ଏହା ପରେ ଜଣେ ଅଭିଯୁକ୍ତ ତାଙ୍କ ସ୍କୁଟିରେ ସେଠାରୁ ଚାଲି ଯାଇଥିଲେ | ଆଉ ବାକି ଅଭିଯୁକ୍ତମାନେ ପ୍ରଥମ ଅଭିଯୁକ୍ତ ପଛେ ପଛେ ଚାଲିକି ପଳାଇଥିଲେ, କିନ୍ତୁ ତାଙ୍କ ସାଙ୍ଗକୁ ଚେତାଶୂନ୍ୟ ଅବସ୍ଥାରେ ରାସ୍ତାରେ ପଡ଼ିରହିଥିଲା |

ସ୍ଥାନୀୟ ଲୋକମାନେ ପୋଲିସକୁ ସୂଚନା ଦେଇଥିଲେ, ପୀଡିତାଙ୍କୁ ଦୋକାନ ଆଗରେ ପଡ଼ିଥିବାର ଦେଖିଥିଲେ |ପରେ ତାଙ୍କ ଗୋଡରେ ଆଘାତ ଲାଗିଥିବାର ଦେଖି ତାଙ୍କୁ ନିକଟସ୍ଥ ଡାକ୍ତରଖାନାକୁ ନିଆଯାଇଥିଲେ, ଯେଉଁଠାରୁ ତାଙ୍କୁ ଜିଟିବି ହସ୍ପିଟାଲ ଏବଂ ପରେ ଆରଏମଏଲ ପଠାଯାଇଥିଲା।

ପୋଲିସର ସୂଚନାନୁସାରେ, ପୀଡିତ ଏବଂ ଅଭିଯୁକ୍ତମାନେ ଏକାଠି ମଦ୍ୟପାନ କରୁଥିଲେ। ତା’ପରେ କିଛି ବିବାଦ ହେବା ଯୋଗୁ ବିଲାଲ ଏବଂ ତାଙ୍କର ତିନି ସାଙ୍ଗ ସମୀରଙ୍କୁ ଆକ୍ରମଣ କରି ଗୁଳି ଚଳାଇଥିଲେ।

Leave a Reply

Your email address will not be published. Required fields are marked *