Pratidin TV

Odisha's Digital News Platform

ନେତାଙ୍କ ପାଇଁ ଅଭିଶାପିତ ବଙ୍ଗଳା , ଯିଏ ବି ରହିଛି ତାହାର ଚାଲିଯାଇଛି ମନ୍ତ୍ରୀ ପଦ …

ମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ରାଜକୁମାର ଆନନ୍ଦ ଖୁବ୍ ଚର୍ଚ୍ଚାରେ ଅଛନ୍ତି । ହେଲେ ସବୁଠୁ ଅଧିକ ଚର୍ଚ୍ଚା ହେଉଛି ସେ ରହୁଥିବା ଲାଇନ୍ସର ବଙ୍ଗଳା ନମ୍ବର ୪ । ଲୋକମାନେ ଏହି ବଙ୍ଗଳାକୁ ଅଭିଶପ୍ତ ବୋଲି କହୁଛନ୍ତି । କାରଣ କେବେ ରାଜକୁମାର ନୁହନ୍ତି ଏହି ବଙ୍ଗଳାରେ ରହି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ଠାରୁ ଆରମ୍ଭ କରି ଦିଲ୍ଲୀର ଏଲଜି ଏବଂ ଅନେକ ମନ୍ତ୍ରୀ ମଧ୍ୟ ଏହି ବଙ୍ଗଳାରେ ରହିଛନ୍ତି । ତେବେ ଆମ ଆଦମୀ ପାର୍ଟିର ଏପରି ଦୁର୍ଦ୍ଦଶା ରେ ଏହି ବଙ୍ଗଳା ସମସ୍ତଙ୍କ ନଜର ଘେରକୁ ଆସିଛି ।ମନ୍ତ୍ରୀଙ୍କର ଏହି ବଙ୍ଗଳା ଏବେ ଏକରକମ ଭୂତିଆ ବଙ୍ଗଳା ହୋଇଯାଇଛି । ବଙ୍ଗଳା ଗେଟରେ ତାଲା ପଡ଼ିବା ସହ କୋଠାରେ କୌଣସି ଲାଇଟ୍ ବି ଜଳୁନାହିଁ । କହିରଖୁଛୁ କି, ଦିଲ୍ଲୀରେ ଆମ ଆଦମୀ ପାର୍ଟି ସରକାର ଗଠନ ପରେ ତିନିଜଣ କ୍ୟାବିନେଟ ମନ୍ତ୍ରୀ ଏହି ବଙ୍ଗଳାରେ ରହୁଥିଲେ । କିନ୍ତୁ ସବୁଠାରୁ ତାଜୁବ କରିବା ଭଳି କଥା ହେଉଛି କି, ଏହି ତିନିଜଣଙ୍କ ମଧ୍ୟରୁ କେହି ସେମାନଙ୍କ କାର୍ଯ୍ୟକାଳ ପୁରା କରିପାରି ନ ଥିଲେ । ସେହି ତିନି ମନ୍ତ୍ରୀ ମାନଙ୍କ ଭିତରେ

ସନ୍ଦୀପ କୁମାର: ୨୦୧୫ରେ ସନ୍ଦୀପ ଦିଲ୍ଲୀର ସୁଲତାନପୁର ମାଜରା ବିଧାନସଭା ଆସନରୁ ବିଜୟୀ ହୋଇ ବିଧାୟକ ହୋଇଥିଲେ । ପରେ ସେ ବଳାତ୍କାର ମାମଲାରେ ଗିରଫ ହୋଇଥିଲେ ।

ରାଜେନ୍ଦ୍ର ପାଲ ଗୌତମ: ରାଜେନ୍ଦ୍ର ୨୦୨୦ରେ ଆମ ଆଦମୀ ପାର୍ଟି ସରକାରରେ ଦ୍ୱିତୀୟ ଥର ମନ୍ତ୍ରୀ ହୋଇଥିଲେ । କିନ୍ତୁ ବାବା ସାହେବଙ୍କ ୨୨ଟି ଶପଥର ପ୍ରଚାର କରିବା ଏବଂ ହିନ୍ଦୁ ଦେବତାଙ୍କୁ ବିଶ୍ୱାସ ନ କରିବା ନେଇ ବିବାଦ ଉପୁଜିଥିଲା । ଯାହାଯୋଗୁ ରାଜେନ୍ଦ୍ରଙ୍କୁ ତାଙ୍କ ପଦରୁ ହଟାଇ ଦିଆଯାଇଥିଲା । ଅକ୍ଟୋବର ୨୦୨୨ରେ ତାଙ୍କୁ ମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ପଡିଥିଲା ।

ରାଜକୁମାର ଆନନ୍ଦ: ୨୦୨୦ରେ ପ୍ରଥମ ଥର ପାଇଁ ବିଧାୟକ ହୋଇଥିବା ରାଜକୁମାର ଆନନ୍ଦଙ୍କୁ ୨୦୨୨ ମସିହାରେ ମନ୍ତ୍ରୀପଦ ସମ୍ଭାଳି ଥିଲେ । ସେ ୭ଟି ବିଭାଗର ଦାୟିତ୍ୱ ନେଇଥିଲେ । ୨୦୨୩ ନଭେମ୍ବର ୨ରେ, ଇଡି ରାଜକୁମାର ଆନନ୍ଦଙ୍କ ଘରେ ଚଢାଉ କରିଥିଲା । ତେବେ ମାର୍ଚ୍ଚ ୨୧ରେ କେଜରିୱାଲଙ୍କୁ ଗିରଫ କରାଯିବା ପରେ ଏପ୍ରିଲ ୧୦ରେ ରାଜକୁମାର ଦଳରୁ ଇସ୍ତଫା ଦେଇଥିଲେ । ଦଳ ତାଙ୍କୁ କାମ କରିବାକୁ ଅନୁମତି ଦେଇ ନ ଥିବା ଅଭିଯୋଗ ଆଣିଥିଲେ ।

Leave a Reply

Your email address will not be published. Required fields are marked *