Pratidin TV

Odisha's Digital News Platform

ପେଟଭିତରେ ଜୀବନ୍ତ ଅସରପା,ଡାକ୍ତର ଦେଖି ହେଲେ ଆଶ୍ଚର୍ଯ୍ୟ

1 min read

ପେଟ ଭିତରେ ଜିଅନ୍ତା ଅସରପା | ଯାହାକୁ କାଢ଼ିଲେ ଡାକ୍ତର| ଦେଖିଲା ପରେ ଆଶ୍ଚର୍ଯ୍ୟ ହୋଇଗଲେ ଡାକ୍ତର | ରୋଗୀଙ୍କ ପେଟରୁ ବାହାରିଛି ଏହିପରି ଜିଅନ୍ତା ଅସରପା | ତେବେ ଦିଲ୍ଲୀର ଏକ ଘରୋଇ ହସ୍ପିଟାଲରେ ୨୩ ବର୍ଷୀୟ ଜଣେ ଯୁବକଙ୍କ ପେଟରୁ ଏହି ଜିଅନ୍ତା ଅସରପା ବାହାରିଛି | ତେବେ ଏହି ଅସରପାକୁ ଏଣ୍ଡୋସ୍କୋପି କରି ବାହାର କରାଯାଇଛି | ରୋଗୀଙ୍କ କ୍ଷୁଦ୍ର ଅନ୍ତଃ ନଳୀରେ ୩ ସେମିର ଏକ ଜିଅନ୍ତା ଅସରପା ବାହାରିଥିଲା | ଯାହାକୁ ଦେଖିବା ପରେ ଡାକ୍ତରଙ୍କ ହୋସ ଉଡିଯାଇଥିଲା | ହସ୍ପିଲର ଏକ ଡାକ୍ତରୀ ଟିମ ଏଙ୍କ0 ମିନିଟ ଏଣ୍ଡୋସ୍କୋପି ପକ୍ରିୟା ଜରିଆରେ ଅସରପା ବାହାର କରାଯାଇଥିଲା |

ତେବେ ରୋଗୀ ଜଣକ ହସ୍ପିଟାଲ ଯିବା ପୂର୍ବରୁ ୨ ରୁ ୩ ଦିନ ଧରି ପେଟ ଯନ୍ତ୍ରଣା ହେଉଥିଲା | ଖାଦ୍ୟ ହଜମ ହେଉନଥିବା ମଧ୍ୟ ସେ କହିଥିଲେ | ପରେ ଡାକ୍ତର ତାଙ୍କୁ ଏଣ୍ଡୋସ୍କୋପି କରାଇବାକୁ ପରାମର୍ଶ ଦେଇଥିଲେ | ପରୀକ୍ଷଣ ସମୟରେ ରୋଗୀଙ୍କ କ୍ଷୁଦ୍ର ନଳୀରେ ଏକ ଜିଅନ୍ତା ଅସରପା ମିଳିଥିଲା | ତେବେ ଏହି ଅସରପାକୁ ବାହାର କରିବା ପାଇଁ ୨ ଟି ଚ୍ୟାନେଲ ସହ ସଂଯୁକ୍ତ କରାଯାଇଥିଲା | ତେବେ ଡାକ୍ତରଙ୍କ କହିବାନୁସାରେ କ୍ଷୁଦ୍ର ଅନ୍ତଃ ନଳୀରେ ଏକ ଜିଅନ୍ତା ଅସରପା ମରଣାନ୍ତକ ହୋଇପାରିଥାନ୍ତା | ତେଣୁ ଆମେ ତାକୁ ତୁରନ୍ତ ଏଣ୍ଡୋସ୍କୋପି କରିଥିଲୁ |

Advertisement

Leave a Reply

Your email address will not be published. Required fields are marked *