ଆଉ ଶୁଣିବାକୁ ମିଳିବନି ‘ଝକାସ’ ଡାଇଲଗ୍; ହାଇକୋର୍ଟ ଲଗାଇଲା ରୋକ
1 min readମୁମ୍ବାଇ: ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବଲିଉଡର ଏଭରଗ୍ରୀନ ଅଭିନେତା ଅନୀଲ କପୁର । ନିଜର ବ୍ୟକ୍ତିଗତ ଅଧିକାରର ସୁରକ୍ଷା ପାଇଁ କୋର୍ଟଙ୍କୁ ନିବେଦନ କରିଛନ୍ତି । କାରଣ ସୋସିଆଲ ମିଡିଆ ପ୍ଲାଟଫର୍ମରେ ତାଙ୍କନାମ ଓ ପରିଚୟକୁ ଅନେକ ଅପବ୍ୟବହାର କରାଯାଉଛି । ଯାହାଫଳରେ ସମାଜରେ ତାଙ୍କର ସମ୍ମାନ ହାନି ହେଉଛି । ଆଉ ତାଙ୍କ ବ୍ୟକ୍ତିତ୍ୱ ଉପରେ ଏହାର ଅନେକ କୁପ୍ରଭାବ ପଡୁଛି । ଯାହାକୁ ନେଇ ସେ ଅସନ୍ତୋଷ ପ୍ରକାଶ କରିଛନ୍ତି । ନିଜର ବ୍ୟକ୍ତିତ୍ୱ ଅଧିକାର ପାଇଁ ଅନୀଲ କପୁର ଦିଲ୍ଲୀ ହାଇକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି । ଆଉ ତାଙ୍କ ଆବେଦନ ଉପରେ ଦିଲ୍ଲୀ ହାଇକୋର୍ଟ ଏକ ବଡ ରାୟ ଦେଇଛନ୍ତି । ତାଙ୍କର ଲୋକପ୍ରିୟ ଡାଏଲଗ ‘ଝାକାସ’ ର ଫଟୋ ଏବଂ ସ୍ୱର ଉପରେ ହାଇକୋର୍ଟ ପ୍ରତିବନ୍ଧକ ଲଗାଇଛନ୍ତି । କୋର୍ଟରେ ଅନୀଲ କପୁର ପିଟିସନଦାଖଲ କରିବା ପରେ କୋର୍ଟ ଏଭଳି ନିଷ୍ପତ୍ତି ନେଇଛନ୍ତି । ଆବେଦନରେ ଅଭିନେତା ଦାବି କରିଥିଲେ ଯେ ତାଙ୍କ ଡାଇଲଗ ଫଟୋ ,ଲୋକପ୍ରିୟ ଚରିତ୍ର ଏବଂ ସ୍ୱରର ଅପବ୍ୟବହାର କରି ଟଙ୍କା ରୋଜଗାର କରୁଛନ୍ତି ।
ତେଣୁ ତାଙ୍କର ଏହି ସବୁ ଜିନିଷ ବ୍ୟବହାର ଉପରେ ଏକ ନିଷଧାଦେଶ ରହିବ ଉଚିତ ବୋଲି ସେ ଦାବି କରିଥିଲେ । ଦିଲ୍ଲୀ କୋର୍ଟ ଅନିଲଙ୍କ ବ୍ୟକ୍ତିତ୍ୱ ଅଧିକାରକୁ ସୁରକ୍ଷା ଦେଇ ଏହି ନିର୍ଦ୍ଦେଶ ଦେଇଛନ୍ତି । ପୂର୍ବରୁ ଯେଉଁମାନେ ଏହାକୁ ବ୍ୟବହାର କରୁଥିଲେ ତା ଉପରେ ପ୍ରତିବନ୍ଧକ ଲଗାଇଛନ୍ତି । ଅନୀଲ କପୁରଙ୍କ ବିନା ଅନୁମତିରେ ଏବେ କେହି ବି ତାଙ୍କ ସବ୍ର କିମ୍ବା ଫଟୋ ଡାଇଲଗକୁ ଆଉ ବ୍ୟବହାର କରିପାରିବେ ନାହିଁ ।