Pratidin TV

Odisha's Digital News Platform

ଜ୍ଞାନବ୍ୟାପୀ ପରିସରରେ ହେବନି ନମାଜ: ସ୍ଥଗିତାଦେଶ ହଟାଇବାକୁ ମନାକଲେ ହାଇକୋର୍ଟ

1 min read

ନୂଆଦିଲ୍ଲୀ: ଜ୍ଞାନବ୍ୟାପୀ ମସଜିଦ୍ ଓ ଶିବଲିଙ୍ଗ ମାମଲାରେ ମୁସଲିମ୍ ପକ୍ଷଙ୍କୁ ଝଟକା । ମାମଲାର ତ୍ୱରିତ ଶୁଣାଣି ସହିତ ନମାଜ ଉପରେ ରହିଥିବା ସ୍ଥଗିତାଦେଶ ହଟାଇବାକୁ ମନା କରିଛନ୍ତି ହାଇକୋର୍ଟ । କୁତୁବ ମିନାର ପରିସରରେ ରହିଥିବା ଜ୍ଞାନବ୍ୟାପୀ ମସଜିଦ୍ ପରିସରରୁ ଶିବଲିଙ୍ଗ ବାହାରିବା ପରେ ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ ପକ୍ଷରୁ ଖନନ କରାଯାଇଥିଲା । ଖନନ ରିପୋର୍ଟ ଆଧାରରେ ମସଜିଦରେ ନମାଜ ପଢା ଉପରେ କୋର୍ଟ କଟକଣା ଲଗାଇଥିଲେ । ଏହି କଟକଣା ପରଠାରୁ ଏହାକୁ ସିଲ୍ କରାଯାଇଥିବା ବେଳେ ନମାଜ ପଢିବା ଉପରେ କଟକଣା ଲାଗୁ କରାଯାଇଥିଲା ।

ଏହା ବିରୋଧରେ ଏଏସ୍‌ଆଇ ମୁଖ୍ୟଙ୍କୁ ଚିଠି ଲେଖିଥିଲେ ଦିଲ୍ଲୀ ୱାକଫ୍ ବୋର୍ଡ ଚେୟାରମ୍ୟାନ୍ ଅମାନତଉଲ୍ଲା ଖାନ୍ । ଖାନ୍ ଉଲ୍ଲେଖ କରିଥିଲେ କି ଶତାଧିକ ବର୍ଷ ଧରି ଏଠାରେ ନମାଜ ପଢା ଯାଉଥିବା ବେଳେ ଏହାକୁ ବନ୍ଦ କରାଯିବା ଲୋକଙ୍କ ଧର୍ମୀୟ ଭାବନାକୁ ଆଘାତ କରୁଛି । ତେବେ ଏଏସ୍‌ଆଇ ପକ୍ଷରୁ କୌଣସି ଉତ୍ତର ନ ମିଳିବା ପରେ ମୁସଲିମ୍ ପକ୍ଷ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଦିଲ୍ଲୀ ହାଇକୋର୍ଟଙ୍କ ନିକଟରେ ଦାଖଲ ଯାଚିକାର ଶୁଣାଣି କରି କୋର୍ଟ କହିଥିଲେ ମାମଲାର ତ୍ୱରିତ ଶୁଣାଣି ସମ୍ଭବ ନୁହେଁ । ଏହା ସହିତ ନମାଜ ଉପରୁ ରୋକ୍ ହଟାଇବା ମଧ୍ୟ ସମ୍ଭବ ନୁହେଁ । ପରବର୍ତ୍ତୀ ଶୁଣାଣି ପରେ ସବୁକିଛି ସ୍ପଷ୍ଟ ହୋଇଯିବ ।

Advertisement

ଉଲ୍ଲେଖଯୋଗ୍ୟ ଯେ, ଏହି ଜ୍ଞାନବ୍ୟାପୀ ମସଜିଦର ଢାଞ୍ଚା ହିନ୍ଦୁ ମନ୍ଦିମର ଆଧାରରେ ନିର୍ମିତ । ଏହି ମନ୍ଦିରକୁ ଅଉରଙ୍ଗଜେବ୍ ଧ୍ୱସ୍ତ କରିବା ସହିତ ଏହାକୁ ମସଜିଦରେ ପରିଣତ କରିଥିଲେ । ମସଜିଦରେ ପରିଣତ କରାଯାଇଥିଲେ ହେଁ ବଜୁ ଖାନା(ଗୋଡ ହାତ ଧୁଆ ଯାଉଥିବା ସ୍ଥାନ)ରେ ୧୨ ଫୁଟ ଲମ୍ବର ଶିବଲିଙ୍ଗ ରହିଥିଲା । ହିନ୍ଦୁ ମାନେ ଏଠାରେ ପ୍ରାର୍ଥନା କରିବା ପାଇଁ ଅପିଲ୍ କରିବା ପରେ ଏହାର ତଦନ୍ତ କରିଥିଲା ଏଏସ୍‌ଆଇ । ଏଏସ୍‌ଆଇ ପକ୍ଷରୁ ତଦନ୍ତ ରିପୋର୍ଟ ପ୍ରକାଶ କରାଯାଇନଥିଲେ ହେଁ ମେ ୧୫ ତାରିଖରେ ନମାଜ ପଢିବା ଉପରେ କଟକଣା ଯାରି କରାଯାଇଥିଲା ।

Leave a Reply

Your email address will not be published. Required fields are marked *