Pratidin TV

Odisha's Digital News Platform

ସଞ୍ଜୟ ସିଂହଙ୍କୁ ୫ଦିନିଆ ରିମାଣ୍ଡରେ ନେଲା ଇଡି, କାଲି ଗିରଫ ହେଲେ ଆଜି କୋର୍ଟରେ ହୋଇଥିଲେ ହାଜର..

1 min read

ନୂଆଦିଲ୍ଲୀ : ମଦ ଦୁର୍ନୀତି ମାମଲାରେ ଆମ୍ ଆଦମୀ ପାର୍ଟି ନେତା ତଥା ରାଜ୍ୟସଭା ସାଂସଦ ସଞ୍ଜୟ ସିଂଙ୍କୁ ୫ଦିନିଆ ରିମାଣ୍ଡରେ ନେଲା ଇଡି । ତେବେ ଗତକାଲି ସନ୍ଧ୍ୟାରେ ତାଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଗିରଫ କରିଥିଲା । ଆଉ ଆଜି ତାଙ୍କୁ ରାଉସ୍ ଆଭେନ୍ୟୁ କୋର୍ଟରେ ହାଜର କରିଥିଲା । ସଞ୍ଜୟ ସିଂ ଅକ୍ଟୋବର ୧୦ ପର୍ଯ୍ୟନ୍ତ ଇଡି ହେପାଜତରେ ରହିବେ । ତେବେ ରିମାଣ୍ଡ ନୋବ କଥା ପଡିଥିବା ବେଳେ ସୟଂଜଙ୍କ ଓକିଲ ଏହାକୁ କଡା ବିରୋଧ କରିଥିଲେ । ଏହାପୂର୍ବରୁ ଜଜ୍ ଇଡିଙ୍କୁ ପଚାରିଥିଲେ ଯେ ଯେତେବେଳେ ଏହି କାରବାର ବିଷୟରେ ସୂଚନା ଦୀର୍ଘ ସମୟ ଧରି ଜଣା ପଡିଥିଲା, ପୂର୍ବରୁ କାହିଁକି ଗିରଫ କରାଯାଇନଥିଲା? ଇଡି ପକ୍ଷର ଓକିଲ କହିଛନ୍ତି ଯେ କିଛି ସମୟ ପୂର୍ବରୁ ଏହି ବିବୃତ୍ତି ରେକର୍ଡ କରାଯାଇଥିଲା । କେତେ ଟଙ୍କା କାରବାର ହୋଇଛି ବୋଲି ବିଚାରପତି ଏମ.କେ ନାଗପାଲ ପ୍ରଶ୍ନ କରିଥିଲେ । ଇଡି କହିଛି ଯେ ପ୍ରାୟ ୨ କୋଟି ଟଙ୍କାର କାରବାର ହୋଇଛି । ସଞ୍ଜୟ ସିଂଙ୍କ ବାସଭବନରେ ଏହି ଟଙ୍କା ଦିଆଯାଇଥିଲା । ତାଙ୍କ କର୍ମଚାରୀଙ୍କୁ ସର୍ଭେ ମିଶ୍ରଙ୍କୁ ଦିଆଯାଇଥିଲା ।

ଯେତେବେଳେ ଦୀନେଶ ଆରୋରା ଫୋନରେ ଟଙ୍କା ଆସିବା ବିଷୟରେ କହିଥିଲେ, ସେତେବେଳେ ସେ ଏହା ମଧ୍ୟ ନିଶ୍ଚିତ କରିଥିଲେ । ୨୩୯ ଟି ସ୍ଥାନରେ ସର୍ଚ୍ଚ କରାଯାଇଛି ବୋଲି ଇଡି କହିଛି । ଇଣ୍ଡୋ ଆତ୍ମାଙ୍କ କାର୍ଯ୍ୟାଳୟରୁ କୋଟି ଟଙ୍କା ଉଠାଯାଇଥିଲା । ଉଊଜ ମେଳ ହେଲା । ସଞ୍ଜୟ ସିଂଙ୍କ ଘରୁ ମିଳିଥିବା ଦଲିଲରୁ ଏହା ନିଶ୍ଚିତ ହେବା ଆବଶ୍ୟକ । ସଞ୍ଜୟ ସିଂଙ୍କୁ ଗିରଫ କରିବା ଏବଂ ତାଙ୍କ ଫୋନରୁ ମିଳିଥିବା ସମ୍ପର୍କ ଏବଂ ତଥ୍ୟ ସମ୍ପର୍କରେ ତାଙ୍କୁ ପଚରାଉଚରା କରିବା ଆବଶ୍ୟକ । ଏହି ୫ ଦିନ ଭିରେ ସଂଜୟଙ୍କ ବ୍ୟତିତ ଅନ୍ୟ ଲୋକଙ୍କୁ ମଦ୍‌ୟ ବସାଇ ପଚରାଉଚୁରା କରିବ ଇଡି । ୧୦ ଦିନ ପାଇଁ ଆବେଦନ କରିଥିବା ବେଳେ କୋର୍ଟ ତାଭ୍‌କୁ ୫ଦିନର ସମୟ ଦେଇଛି ।

Advertisement

Leave a Reply

Your email address will not be published. Required fields are marked *