Pratidin TV

Odisha's Digital News Platform

ଗିରଫ ନେଇ ରାଗରେ ଜର୍ଜରିତ ହେଲେ କେଜ୍ରିୱାଲଙ୍କ ପତ୍ନୀ କହିଲେ ‘ଏକଛତ୍ରବାଦୀ ଶାସକଙ୍କ ବିନାଶ ହେଉ’

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଅଡୁଆ ଦିନ ବଢ଼ିବାରେ ଲାଗିଛି | ଜାମିନକୁ ପ୍ରଥମେ ହାଇକୋର୍ଟ ରୋକ ଲଗାଇବା ପରେ ଅନ୍ୟପଟେ ସିବିଆଇ ତାଙ୍କୁ ଗିରଫ କରି ରିମାଣ୍ଡରେ ନେଇଛି | ଏପରି ଭାବରେ ସ୍ୱାମୀଙ୍କର ଅଡୁଆ ବଢ଼ୁଥିବାର ଦେଖି ରାଗି ଯାଇଛନ୍ତି ପତ୍ନୀ ସୁନୀତା କେଜ୍ରିଓ୍ୱାଲ। ସେ ସୋଶାଲ ମିଡିଆରେ ଏକ ନୋଟ୍‌ ପୋଷ୍ଟ କରି ବର୍ଷିଛନ୍ତି |

ସୁନିତା କେଜ୍ରିୱାଲ ସୋସିଆଲ ମିଡ଼ିଆରେ ଟ୍ୱିଟ କରି ବର୍ଷିଛନ୍ତି | ସେ କହିଛନ୍ତି, ‘ପୂର୍ବରୁ ସମସ୍ତଙ୍କୁ ଈଶ୍ୱର ସଦ୍‌ବୁଦ୍ଧି ଦିଅନ୍ତୁ ବୋଲି ପ୍ରାର୍ଥନା କରୁଥିଲୁ। କିନ୍ତୁ ଏବେ ଏକଛତ୍ରବାଦୀ ଶାସକଙ୍କ ବିନାଶ ହେଉ ବୋଲି ପ୍ରାର୍ଥନା କରିବି।’

ଏହାପୂର୍ବରୁ ଅନ୍ୟ ଏକ ପୋଷ୍ଟରେ କେଜ୍ରିୱାଲଙ୍କ ଗିରଫକୁ ନେଇ ଆପତ୍ତି ଜଣାଇଥିଲେ | ସେ ଲେଖିଥିଲେ, ‘ଜୁନ୍ ୨୦ରେ ଅରବିନ୍ଦ କେଜ୍ରିୱାଲ ଜାମିନ ପାଇଥିଲେ। ଏହାପରେ ସଙ୍ଗେ ସଙ୍ଗେ ଇଡି ରୋକ୍‌ ଲଗାଇ ଥିଲା। ପରଦିନ ସିବିଆଇ ତାଙ୍କୁ ଅଭିଯୁକ୍ତ କରିଥିଲା। ଆଜି ସେ ତାଙ୍କୁ ଗିରଫ କରିଛି। ପୂରା ସିଷ୍ଟମ ଉକ୍ତ ବ୍ୟକ୍ତିଙ୍କୁ ଜେଲ୍‌ରୁ ବାହାରକୁ ନଆସିବାକୁ ଦେବା ପାଇଁ ଚେଷ୍ଟା ଚଳାଇଛି | ଏହା ଆଇନ୍‌ ନୁହେଁ। ଏହା ହେଉଛି ଏକଛତ୍ରବାଦ ଓ ଏମରଜେନ୍ସି।’

ସୂଚନା ଅନୁଯାୟୀ, କେଜ୍ରିୱାଲଙ୍କୁ ପଚରାଉଚରା ପାଇଁ ସିବିଆଇ ୫ ଦିନିଆ ରିମାଣ୍ଡ ପାଇଁ ଆବେଦନ କରିଥିବା ବେଳେ ଦିଲ୍ଲୀର ରାଉଜ୍ ଆଭେନ୍ୟୁ କୋର୍ଟ ୩ ଦିନ ରିମାଣ୍ଡରେ ନେବାକୁ ଅନୁମତି ଦେଇଥିଲେ | ତେଣୁ ଆଜି କେଜ୍ରିୱାଲଙ୍କୁ ତିହାର ଜେଲରେ ପଚରାଉଚରା କରିବ ସିବିଆଇ ଟିମ୍। ପୂର୍ବରୁ ଇଡି ଦ୍ୱାରା ଗିରଫ ହୋଇଥିବା କେଜ୍ରିୱାଲଙ୍କୁ ଗତକାଲି ବିଧିବଦ୍ଧ ଭାବେ ଗିରଫ କରିଥିଲା ସିବିଆଇ।

Leave a Reply

Your email address will not be published. Required fields are marked *