Pratidin TV

Odisha's Digital News Platform

ତୃତୀୟ ଥର ପାଇଁ ଅଟକିଲା ମେୟର ନିର୍ବାଚନ , ଜାଣନ୍ତୁ କାହିଁକି ..

ନୂଆଦିଲ୍ଲୀ : ପୁଣି ଅଟକିଲା ଦିଲ୍ଲୀ ମହାନଗର ନିଗମର ମେୟର ନିର୍ବାଚନ । ନିର୍ବାଚନ ପୂର୍ବରୁ ବିଜେପି ଓ ଆପ୍ ସଦସ୍ୟମାନେ ହଟ୍ଟଗୋଳ କରି ଥିଲେ । ଫଳରେ ମେୟର ଓ ଡେପୁଟି ମେୟର ପଦ ପାଇଁ ଭୋଟିଂ ହୋଇପାରିନି । ପୂର୍ବରୁ ମଧ୍ୟ ସମାନ କାରଣ ପାଇଁ ୨ ଥର ଦିଲ୍ଲୀ ମେୟର ନିର୍ବାଚନ ସ୍ଥଗିତ ରହିଥିଲା । ଏବେ ତୃତୀୟ ଥର ଭୋଟ ଗ୍ରହଣ ପୂର୍ବରୁ ଗୃହ କାର୍ଯକୁ ବନ୍ଦ କରାଯାଇଛି ।

ଉପ ରାଜ୍ୟପାଳ ଭିକେ ସକ୍ସେନା ମନୋନୀତ କରିଥିବା ୧୦ ଜଣ ସଦସ୍ୟଙ୍କୁ ମେୟର ନିର୍ବାଚନରେ ଭୋଟ ଦେବାକୁ ଅଧିକାର ମିଳିଛି । ଏହାକୁ ଆପ୍ ସଦସ୍ୟମାନେ ବିରୋଧ କରିବାରୁ ପ୍ରବଳ ହଟ୍ଟଗୋଳ ହୋଇଥିଲା । ଶେଷରେ ପ୍ରିଜାଇଡିଂ ଅଫିସର ବିନା ଭୋଟରେ ଗୃହ କାର୍ଯ୍ୟକୁ ମୁଲତବୀ ଘୋଷଣା କରିଥିଲେ । ସଂଖ୍ୟାକୁ ଦେଖିଲେ ଆପ ମେୟର ନିର୍ବାଚନ ଜିତିବ । କିନ୍ତୁ ଏମସିଡିର ଷ୍ଟାଣ୍ଡିଂ କମିଟି ଚୟନ ବେଳେ ରୋଚକ ସ୍ଥିତି ସୃଷ୍ଟି ହେବ ବୋଲି କୁହାଯାଉଛି । ୧୮ ସଦସ୍ୟ ବିଶିଷ୍ଟ ଷ୍ଟାଣ୍ଡିଂ କମିଟିର ୬ଟି ପଦ ପାଇଁ ଭୋଟ ହେବାର ଅଛି । ଏଥିରୁ ଆପ୍ ୩ଟି ଓ ବିଜେପି ବେଶ ଆରାମରେ ଦୁଇଟି ପଦ ଜିତିବେ । କିନ୍ତୁ ୬ଷ୍ଠ ପଦରେ ଲଢ଼େଇ ହେବ ।

ଏମସିଡିର ୨୫୦ଟି ଆସନରୁ ଆପ୍ ୧୩୪ରେ ଜିତିଥିବା ବେଳେ ବିଜେପି ୧୦୪ଟିରେ ବାଜିମାତ କରିଛି । ଏହି ନବ ନିର୍ବାଚିତ ସଦସ୍ୟଙ୍କ ବ୍ୟତୀତ ବିଜେପିର ୭ ଲୋକସଭା ସାଂସଦ, ଆପ୍‌ର ୩ ଜଣ ରାଜ୍ୟସଭା ସଦସ୍ୟ ଓ ଦିଲ୍ଲୀ ବାଚସ୍ପତିଙ୍କ ଦ୍ୱାରା ମନୋନୀତ ୧୪ ଜଣ ବିଧାୟକ ଭୋଟ ଦେଇପାରିବେ । କଂଗ୍ରେସର ୯ ଜଣ କର୍ପୋରେଟର ଭୋଟ ଦେବେନି ବୋଲି ପୂର୍ବରୁ ଘୋଷଣା କରି ସାରିଛନ୍ତି ।

Leave a Reply

Your email address will not be published. Required fields are marked *