ପ୍ରକୃତି କଲା ବର୍ଷା ଭିଜିଲା ରାଜଧାନୀ , ପ୍ରଦୂଷଣରୁ ମିଳିଲା ଆଶ୍ୱସ୍ତି…..
1 min readନୂଆଦିଲ୍ଲୀ ; ଦିଲ୍ଲୀ ସରକାର କୃତିମ ବର୍ଷା ଯୋଜନାରେ ଥିବାବେଳେ ଗତକାଲି ପ୍ରକୃତି ଦେଇଛି ଦୀପାବଳି ଗିଫ୍ଟ । ରାଜଧାନୀ ଦିଲ୍ଲୀ ପ୍ରଦୂଷଣରେ ଅଣନିଶ୍ୱାସୀ ହେଉଥିବା ବେଳେ କାଲି ପ୍ରକୃତି ବର୍ଷାରେ ଟିକେ ଆଶ୍ୱସ୍ତ ମାରିଛନ୍ତି ଦିଲ୍ଲୀବାସୀ । ଖବର ଅନୁଯାୟୀ ଗୁରୁବାର ବିଳମ୍ବିତ ରାତିରେ ଦିଲ୍ଲୀର ବିଭିନ୍ନ ସ୍ଥାନରେ ଝିପିଝିପି ବର୍ଷା ହୋଇଛି। ଫଳରେ ପ୍ରଦୂଷଣ ମାତ୍ରା ହ୍ରାସ ପାଇଛି। ଆଜି ସକାଳୁ ଦିଲ୍ଲୀର ପରିବେଶ ସମ୍ପୂର୍ଣ୍ଣ ସଫା ରହିଛି। ବିଜୟଚୌକ୍, କର୍ତ୍ତବ୍ୟପଥ, ରାଜଘାଟ ସମେତ ପୂରା ଅଞ୍ଚଳ ଏବେ ପ୍ରଦୂଷଣ ମୁକ୍ତ ହୋଇଛି। ବହୁ ଦିନ ପରେ ଲୋକେ ବିନା ମାସ୍କରେ ବାହାରକୁ ବାହାରିଛନ୍ତି ।
ଗତକାଲି ଦିଲ୍ଲୀର ଏକ୍ୟୁଆଇ ୪୩୭ ରହିଥିଲା, ଯାହା ଗୁରୁତର ଶ୍ରେଣୀର ବୋଲି କୁହାଯାଏ। ତେବେ ବର୍ଷା ପରେ କିଛି ସ୍ଥାନରେ ବାୟୁର ମାନକ ବା ଏଆଇକ୍ୟୁ୧୦୦ ଥିବା ରେକର୍ଡ ହୋଇଛି । ଅନ୍ୟପଟେ ଦିଲ୍ଲୀର ପ୍ରଦୂଷଣକୁ ରୋକିବା ପାଇଁ କୃତ୍ରିମ ବର୍ଷା କରିବାକୁ ଯୋଜନା କରୁଛନ୍ତି ଦିଲ୍ଲୀ ସରକାର । ଦୀପାବଳି ପରେ ୨୦ ଓ ୨୧ତାରିଖରେ କୃତ୍ରିମ ବର୍ଷା କରାଇବାକୁ କେଜ୍ରିୱାଲ ସରକାର ଯୋଜନା କରିଛନ୍ତି ।
ପାଣିପାଗ ବିଭାଗର ସୂଚନା ଅନୁ୍ଯାୟୀ କଂଝାୱାଲା, ମୁଣ୍ଡାକା, ଜାଫରପୁର, ନଜଫଗଡ଼, ଏନସିଆରର କିଛି ଅଞ୍ଚଳରେ ଆଜି ବର୍ଷା ହୋଇପାରେ । ଏହା ସହ ଦକ୍ଷିଣ-ପଶ୍ଚିମ ଦିଲ୍ଲୀ ଓ ଏନ୍ସିଆର୍(ଗୁରୁଗ୍ରାମ), ରୋହତକ(ହରିୟାଣା)ର ଭିନ୍ନ ଭିନ୍ନ ସ୍ଥାନ ଏବଂ ଆଖପାଖ ଅଞ୍ଚଳରେ ହାଲୁକା ଓ ମଧ୍ୟମ ଧରଣର ବ୍ରଜପାତ ସହ ବର୍ଷା ସମ୍ଭାବନା ରହିଛି ବୋଲି କହିଛି ପାଣିପାଗ ବିଭାଗ । ଆଜି ଦିଲ୍ଲୀର ପାଗ ସାଧାରଣତଃ ମେଘୁଆ ରହିବ ବୋଲି ପାଣିପାଗ ପୂର୍ବାନୁମାନ କରିଛି।