Pratidin TV

Odisha's Digital News Platform

ଡେଞ୍ଜର ଡ଼୍ରାଇଭ୍ ପାଇଁ୨୮ ବାଇକ ଆରୋହୀଙ୍କୁ ଗିରଫ କଲା ପୋଲିସ୍

1 min read

ରିଲ୍ସ କରିବା ପାଇଁ ଅଧ ରାତିରେ ବିପଦପୂର୍ଣ୍ଣ ଷ୍ଟଣ୍ଟ କରୁଥିଲେ ବାଇକ ଆରୋହୀ | ବିନା ହେଲମେଟରେ ଗାଡି ଚଳାଉଥିବା ବେଳେ ୨୮ ଜଣ ବାଇକ ଆରୋହୀଙ୍କୁ ଗିରଫ କରିଛି ଦିଲ୍ଲୀ ପୋଲସ | ଏଭଳି ଘଟଣା ଦିଲ୍ଲୀରେ ଘଟିଥିବା ବେଳେ ଏବେ ସମସ୍ତ ବାଇକ ଜବତ କରିବା ସହ ୨୮ ଜଣ ବାଇକ ଆରୋହୀଙ୍କୁ ନାଁ ରେ ମାମଲା ରୁଜୁ କରିଛି ପୋଲିସ |

ତେବେ ଗତକାଲି ସଂସଦ ମାର୍ଗ ଓ କର୍ତ୍ତବ୍ୟ ପାଠ ଥାନାର କର୍ମଚାରୀ ନୂଆଦିଲ୍ଲୀ ଅଞ୍ଚଳରେ ଅତି ବିପଦପୂର୍ଣ୍ଣ ଭାବରେ ଗାଡି ଚଳାଇବା ଏବଂ ବିନା ହେଲମେଟ ଯୋଗୁଁ ସମସ୍ତ ବାଇକ ଆରୋହୀଙ୍କୁ ଗିରଫ କରାଯାଇଛି | ତେବେ ନୂଆଦିଲ୍ଲୀ ପୋଲିସ ଅଧିକାରୀ କହିଛନ୍ତି, ଗତକାଲି ରାତି ୩ଟା ୩0 ସମୟରେ ୨୮ଟି ବାଇକ ଧରି ଆରୋହୀ ବିପଦପୂର୍ଣ୍ଣ ଭାବେ ଷ୍ଟଣ୍ଟ କରୁଥିଲେ | ଯାହାକୁ ଦେଖିଥିଲେ ପୋଲିସ ଅଧିକାରୀ | ଏହାପରେ ସେ ଅନ୍ୟ ପୋଲିସ କର୍ମଚାରୀଙ୍କୁ ଖବର ଦେବା ପରେ ସମସ୍ତଙ୍କୁ କରିଥିଲା ଗିରଫ | ଗିରଫ ଅଭିଯୁକ୍ତମାନେ ପୋଲିସଙ୍କୁ ପରେ କହିଥିଲେ, ଆମେମାନେ ରିଲ୍ସ କରିବା ପାଇଁ ଏକଜୁଟ ହୋଇ ଏଭଳି ଭାବେ ଗାଡି ଚଳାଉଥିଲୁ |

Advertisement

Leave a Reply

Your email address will not be published. Required fields are marked *