ବିଜେପି କଲା ଅଭିଯୋଗ, ଦିଲ୍ଲୀ ପୋଲିସ କ୍ରାଇମବ୍ରାଞ୍ଚ ପଶିଲା କେଜ୍ରିୱାଲ ଘରେ….
1 min readକେଜ୍ରିୱାଲଙ୍କ ଘରେ ପଶିଲା ଦିଲ୍ଲୀ ପୋଲିସ କକ୍ରାଇମବ୍ରାଞ୍ଚ। ଏକ ନୋଟିସ ଦେବା ପାଇଁ ଦିଲ୍ଲୀ ପୋଲିସ କେଜ୍ରିୱାଲଙ୍କ ବାସଭବନକୁ ଯାଇଥିଲା। କିଛି ଦିନ ତଳେ କେଜ୍ରିୱାଲ ବିଜେପି ଉପରେ ଅଭିଯୋଗ କରିଥିଲେ। କେଜ୍ରିୱାଲଙ୍କ ଅଭିଯୋଗ କରିଥିଲେ ଯେ, ତାଙ୍କ ବିଧାୟକ କିଣିବା ପାଇଁ ବିଜେପି ଚେଷ୍ଟା କରୁଛି ଏବଂ ଆପ୍ ସରକାରଙ୍କୁ ଅସ୍ଥିର କରିବା ପାଇଁ ଷଡ଼ଯନ୍ତ୍ର ଚଳାଇଛି। ବିଜେପି ପ୍ରତ୍ୟେକ ବିଧାୟକ ପିଛା ୨୫ କୋଟି ଟଙ୍କା ଲୋଭ ଦେଖାଇ ସାତଜଣ ଦିଲ୍ଲୀ ଏମଏଲଏଙ୍କୁ କିଣିବାକୁ ଚେଷ୍ଟା କରୁଛି।
ଦିଲ୍ଲୀ ପୋଲିସ ଏହି ମନ୍ତବ୍ୟ ବିରୋଧରେ ବିଜେପି ଅଭିଯୋଗ କରିଥଲା। ଯେଉଁ କାରଣରୁ ସେହି ମାମଲାରେ ଦିଲ୍ଲୀ ପୋଲିସ କେଜ୍ରିୱାଲଙ୍କୁ ନୋଟିସ ଦେଇଛି। ଆଗରୁ ମଧ୍ୟ କେଜ୍ରିୱାଲ ଓ ମୋଦି ସରକାରଙ୍କ ମଧ୍ୟରେ ଟଣା ଓଟରା ଚାଲିଛି। କେଜ୍ରିୱାଲଙ୍କୁ ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ପାଞ୍ଚ ପାଞ୍ଚ ଥର ସମନ ଜାରି କରିଛି ଇଡି। କିନ୍ତୁ ତାଙ୍କୁ ରାଜନୀତି ଦୃଷ୍ଟିରୁ ହଇରାଣ କରୁଥୁଇବା କଥା କହି ଗୋଟେ ଥର ମଧ୍ୟ ଇଡିରେ ହଜାର ହୋଇନାହାନ୍ତି ଦିଲ୍ଲୀ ମୁଖମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ।