Pratidin TV

Odisha's Digital News Platform

ଜ୍ୟାକ୍‌ଲିନଙ୍କ ପରେ ବିବାଦରେ ଫଶିଲେ ନୋରା , ଜେରା ହେଲେ ୬ ଘଣ୍ଟା

1 min read

ନୂଆଦିଲ୍ଲୀ : ପୁଣି ପୋଲିସ ଜାଲରେ ଅଭିନେତ୍ରୀ । ଏଥର ଜ୍ୟାକ୍‌ଲିନଙ୍କ ପରେ ଫସିଲେ ନୋରା ଫତେ । କଲର୍ସର ଏକ ଡ୍ୟାନ୍ସ ସୋ ରୁ ନିଜର ଦମ୍‌ଦାର କ୍ୟାରିୟର ଆରମ୍ଭ କରିଥିଲେ ନୋରା ଫତେ । ଏହାପରେ ସେ ବଲିଉଡ୍‌ର ଅନେକ ଫିଲ୍ମର ହିଟ୍ ଆଇଟମ୍ ସଙ୍ଗରେ ଦେଖିବାକୁ ମିଳିଥିଲେ । ତେବେ ବଲିଉଡ୍ ସହ ଲୋକମାନଙ୍କ ମନରେ ମଧ୍ୟ ନୋରା ଖୁବ୍ ଶ୍ରୀଘ୍ର ଜାଗା ବନେଇଦେଇଥିଲେ । ତେବେ ଆଜି ଦିଲ୍ଲୀ ପୁଲିସ ୬ ଘଣ୍ଟା ଧରି ନୋରାଙ୍କୁ ଜେରା କରିଥିବା କଥା ପ୍ରକାଶ ପାଇଲା ପରେ ତାଙ୍କ ପ୍ରଶ୍ନସଂକଙ୍କ ମୁହଁରେ ଅସନ୍ତୋଷ ଦେଖାଦେଇଛି ।

ସୂଚନା ଅନୁଯାୟୀ ମନିଂ ଲଣ୍ଡରିଂ ମାମଲାରେ ମହାଠକ ସୁକେଶ ଚନ୍ଦ୍ର ଶେଖର ଦିଲ୍ଲୀ ଜେଲରେ ବନ୍ଦ ଥିବା ବେଳେ ଏହି ମାମଲା ଟି ଦୀର୍ଘ ଦିନ ଧରି ଚାଲୁରହିଛି । ପ୍ରାୟ ୨୦୦ କୋଟି ଟଙ୍କାର ଠକେଇ ମାମଲାରେ ସୁକେଶ ଜେଲ ଯାଇଛନ୍ତି । ଏହା ସହ ସେ ଉକ୍ତ ଟଙ୍କାରେ ଜ୍ୟାକ୍‌ଲିନଙ୍କୁ ଦାମୀ ଉପହାର ଦେଇଥିବା କଥା ସାମ୍ନାକୁ ଆସିବା ପରେ ଇଡି ଜ୍ୟାକ୍‌ଲିନ୍‌୍‌ଙ୍କୁ ମଧ୍ୟ ଅନେକ ଥର ପଚରା ଉଚରା କରିସାରିଛି । ନିକଟରେ ଏହି ମାମଲାକୁ ନେଇ ଇଡି ଚାର୍ଜସିଟ୍ ଦଖଲ କରିବା ସହ ଜ୍ୟାକ୍‌ଲିନ୍‌୍‌ଙ୍କୁୁ ଅଭିଯୁକ୍ତ ବୋଲି ଦର୍ଶାଇଥିଲା ।

Advertisement

ଏହାପରେ ଏବେ ବିବାଦରେ ପଡିଛନ୍ତି ଡ୍ୟାନ୍‌ସର ନୋରା ଫତେ । ସୁକେଶ କେବଳ ଦାମି ଉପହାର ଦେଇ ଜ୍ୟାକଲିନ୍‌ଙ୍କୁ ଫଶାଇ ନଥିଲା । ସେ ନୋରାଙ୍କୁ ମଧ୍ୟ ଏଥିରେ ଫସାଇଥିଲେ । ଏଥିରେ ନୋରାଙ୍କ ସପୃକ୍ତି ଥିବା ଜାଣି ପୂର୍ବରୁ ବି ଥରେ ଜେରା ହୋଇଥିଲେ ସେ । ତେବେ ଏହି ମାମଲାରେ ଦିଲ୍ଲୀ ପୋଲିସ ପୁଣି ଥରେ ନୋରାଙ୍କୁ ଡକାଇ ଜେରା କରିଛି । ପଚାରଉଚରା ସମୟରେ ନୋରାଙ୍କୁ ପ୍ରାୟ ୫୦ ଟି ପ୍ରଶ୍ନ ପଚରା ଯାଇଥିବା ସୂଚନା ମିଳୁଛି । ଏହା ସହ ସୁକେଶ ଠାରୁ ମିଳିଥିବା ଦାମୀ ଗିଫ୍ଟ ଠାରୁ ଆରମ୍ଭ କରି ଉଭୟଙ୍କ ମଧ୍ୟରେ ହୋଇଥିବା କଥାବାର୍ତ୍ତା ଓ ଦେଖାସାକ୍ଷାତ ଯାଏଁ ସବୁ କିଛିର ତଥ୍ୟ ନୋରାଙ୍କ ଠାରୁ ନେଇଛି ପୁଲିସ। ପଚରାଉଚରା ବେଳେ ନୋରା ପୁଲିସ ସହ ସହଯୋଗ କରିଥିବା କଥା ମଧ୍ୟ ଜଣାପଡିଛି।

Leave a Reply

Your email address will not be published. Required fields are marked *