Pratidin TV

Odisha's Digital News Platform

ତିହାର ଜେଲରେ ବୋମା ଆତଙ୍କ, ଇ-ମେଲରେ ଆସିଲା ଧମକ

ଦିଲ୍ଲୀରେ ବୋମା ଧମକ ପକ୍ରିୟା ବନ୍ଦ ହୋଇନାହିଁ | ଏବେ ଦିଲ୍ଲୀର ତିହାର ଜେଲରେ ପ୍ରଶାସନିକଙ୍କୁ ଧମକ | ଏହାପୂର୍ବରୁ ଦିଲ୍ଲୀର ଅନେକ ଡାକ୍ତରଖାନାରେ ବୋମାଧମକ ଦିଆଯାଇସାରିଛି | ବର୍ତ୍ତମାନ ତିହାର ଜେଲ ପ୍ରଶାସନକୁ ବୋମା ଧମକ ଦିଆଯାଇଛି | ଏହି ଧମକ ମିଳିବା ପରେ ତିହାର ଜେଲ ପ୍ରଶାସନ ଏ ବିଷୟରେ ପୋଲିସକୁ ସୂଚନା ଦିଆଯାଇଛି |ଏହି ଧମକ ମଧ୍ୟ ଇମେଲ ମାଧ୍ୟମରେ କରାଯାଇଛି | ଜେଲ ପ୍ରଶାସନ ପକ୍ଷରୁ ସୂଚନା ମିଳିବା ପରେ ଯାଞ୍ଚ ପରେ କୌଣସି ସନ୍ଦେହଜନକ ସନ୍ଧାନ ମିଳିନାହିଁ |

ସୂଚନା ଅନୁଯାୟୀ ଦିଲ୍ଲୀରେ ପ୍ରଥମେ ସ୍କୁଲ ଓ ହସ୍ପିଟାଲ ଆଉ ଏବେ ବୋମା ରଖାଯାଇଥିବ ନେଇ ଧମକ ମିଳିଛି | ଏହି ସୂଚନା ମିଳିବା ପରେ ଜେଲ ପ୍ରଶାସନ ଆଲର୍ଟ ରହିଛି | ବୋମା ଧମକ ମିଳିବା ପରେ ଦିଲ୍ଲୀ ପୋଲିସ ପକ୍ଷରୁ ଚାରିଆଡ଼େ ସର୍ଚ୍ଚ ଅପରେସନ ଜାରି ରହିଛି। ଗତ ଦୁଇ ଦିନ ହେବ ଏଭଳି ଧମକ ମିଳୁଥିବା ନେଇ ପ୍ରଶାସନ ପକ୍ଷରୁ ସୂଚନା ମିଳିଛି। ଏବେ ମିଳିଥିବା ଧମକପୂର୍ଣ୍ଣ ଇମେଲ୍‌ରେ ଲେଖାଯାଇଛି ଯେ, ଜେଲ୍‌ର ବିଭିନ୍ନ ବିଲ୍ଡିଂରେ ବୋମା ଖଞ୍ଜାଯାଇଛି। ଆଉ କିଛି ସମୟ ମଧ୍ୟରେ ଏହା ଫାଟିବ। ଏହାକୁ ଗୁରୁତ୍ୱର ସହ ନିଅନ୍ତୁ, ନଚେତ ଗୋଟିଏ ଭୁଲ ପାଇଁ ରକ୍ତର ନଦୀ ବହିବ।

Leave a Reply

Your email address will not be published. Required fields are marked *