Pratidin TV

Odisha's Digital News Platform

ମାତ୍ର ୮୦ ମିନିଟରେ ଦିଲ୍ଲୀରୁ ଅଯୋଧ୍ୟାକୁ ଉଡିବ ବିମାନ…

ନୂଆଦିଲ୍ଲୀରୁ ଅଯୋଧ୍ୟାକୁ ଉଡିବ ବିମାନ । ଜାନୁଆରୀ ୬ ରେ ଅଯୋଧ୍ୟାର ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀ ରାମ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଦେଶର ପ୍ରମୁଖ ସହରକୁ ବିମାନ ସେବା ଆରମ୍ଭ ହେବ । ଆସନ୍ତା ଡିସେମ୍ବର ୩୦ ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ବିମାନବନ୍ଦରକୁ ଉଦଘାଟନ କରିବେ । ନିକଟରେ ଡିସେମ୍ବର ୨୨ ରେ ଅଯୋଧ୍ୟା ବିମାନବନ୍ଦରରେ ଭାରତୀୟ ବାୟୁସେନାର ଏୟାରବସ୍ ଇ୩୨୦ ର ସଫଳ ଅବତରଣ ସହର ପାଇଁ ଘୋଷଣା କରିଥିଲା । କାରଣ ଏହା ଆସନ୍ତା ବର୍ଷ ରାମ ମନ୍ଦିରର ଉଦଘାଟନ ପୂର୍ବରୁ ବିମାନ ଯାତ୍ରା ପାଇଁ ଏକ ହବ୍ ହେବାକୁ ଯାଉଛି । ଏୟାରଲାଇନ୍ସ କମ୍ପାନୀ ଇଣ୍ଡିଗୋ ଦିଲ୍ଲୀ, ଅହମ୍ମଦାବାଦ, ମୁମ୍ବାଇ, କୋଲକାତା, ହାଇଦ୍ରାବାଦ, ବେଙ୍ଗାଲୁରୁ, ଚେନ୍ନାଇ ଏବଂ ଗୋଆ ଭଳି ପ୍ରମୁଖ ସହରକୁ ବିମାନ ସେବା ପ୍ରଦାନ କରିବ ।

ଏୟାର ଇଣ୍ଡିଆ ଏକ୍ସପ୍ରେସ ବୁଧବାର ଏକ ବିବୃତିରେ କହିଛି ଯେ ଡିସେମ୍ବର ୩୦ରେ ଉଦ୍ଘାଟିତ ହେବାକୁ ଥିବା ବିମାନ ସେବା, ଦିନ ୧୧ଟାରେ ଦିଲ୍ଲୀ ଛାଡି ୧୨ଟା ୧୦ରେ ଅଯୋଧ୍ୟାରେ ଅବତରଣ କରିବାର କାର୍ଯ୍ୟକ୍ରମ ରହିଛି । ଏବଂ ଅଯୋଧ୍ୟାରୁ ୧୨ଟା ୫୦ ମିନିଟରେ ଛାଡି ଦିଲ୍ଲୀରେ ୨ଟା ୧୦ରେ ପହଞ୍ଚିବା ନେଇ ସ୍ଥିର ହୋଇଛି । ତେବେ ଅଯୋଧ୍ୟା ଏୟାରଷ୍ଟ୍ରିପ୍‌ର ଆୟତନ ମାତ୍ର ୧୭୮ ଏକର ଜମିରେ ହୋଇଥିବାରୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନିର୍ଦ୍ଦେଶରେ ରାଜ୍ୟ ସରକାରଙ୍କୁ ୮୨୧ ଏକର ଜମି ଯୋଗାଇ ଦିଆଯାଇଥିଲା । ସେପଟେ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସ୍କିଣ୍ଡିଆ କହିଛନ୍ତି ଯେ ଅଯୋଧ୍ୟା ବିମାନ ବନ୍ଦର ସହରର ଐତିହାସିକ ମହତ୍ୱଏବଂ ସଂସ୍କୃତିକୁ ପ୍ରତିଫଳିତ କରିବା ଉଚିତ । ଯେତେବେଳେ ଦେଶ କିମ୍ବା ବିଦେଶରୁ କେହି ବିମାନବନ୍ଦର ପରିଦର୍ଶନ କରନ୍ତି ସେତେବେଳେ ସେ ସହରର ଐତିହାସିକ ମହତ୍ୱର ଝଲକ ପାଇବା ଉଚିତ୍ । ତେଣୁ ଅଯୋଧ୍ୟା ବିମାନବନ୍ଦରରେ ଅଯୋଧ୍ୟାଙ୍କ ସଂସ୍କୃତିକୁ ନେଇ କାର୍ଯ୍ୟକାରୀ କରିବାକୁ ଚେଷ୍ଟା କରିଛୁ ବୋଲି ସ୍କିଣ୍ଡିଆ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି, “୬୫୦୦ ବର୍ଗ ମିଟର ବିମାନବନ୍ଦର ଏକ ଘଣ୍ଟାରେ ଦୁଇରୁ ତିନିଟି ବିମାନ ଅବତରଣ କରିପାରିବ । ୨୨୦୦ ମିଟର ରନୱେ ନିର୍ମାଣ ହେବ ଯାହା ଦ୍ୱାରା ଦ୍ୱୀତୀୟ ପର୍ଯ୍ୟାୟରେ ୩୭୦୦ ମିଟର ପର୍ଯ୍ୟନ୍ତ ବିସ୍ତାର ହେବ । ଏହା ଦ୍ୱାରା ସମସ୍ତ ଅନ୍ତର୍ଜାତୀୟ ବିମାନ ଅଯୋଧ୍ୟାରେ ଅବତରଣ କରିବାରେ ସାହାଯ୍ୟ କରିବ ।

Leave a Reply

Your email address will not be published. Required fields are marked *