ଦଶଜଣ କଲେଜ ଛାତ୍ରୀଙ୍କ ୱାଶରୁମ ଭିଡିଓ ହେଲା ଭାଇରାଲ…
1 min readନୂଆଦିଲ୍ଲୀ: ଛାତ୍ରୀଙ୍କ ସିକ୍ରେଟ ଭିଡିଓ ହେଲା ଭାଇରାଲ । ୱାଶରୁମରେ ଡ୍ରେସ ଚେଞ୍ଜ କରୁଥିବା ବେଳର ଦୃଶ୍ୟ କେହି ମୋବାଇଲରେ ସୁଟିଂ କରି ନେଇ ତାହାକୁ ଭାଇରାଲ କରିଥିଲା । ହେଲେ କିଏ ଏପରି କରିଥିଲା ସେ ବିଷୟରେ ଜାଣି ପାରିନଥିଲେ ଝିଅ ମାନେ । କିନ୍ତୁ କେହି ଗୁପ୍ତ ଭାବରେ ଭଡିଓ ଭାଇରାଲ କରିଥିବା ନେଇ ସେମାନେ ଅଭିଯୋଗ କରିଥିଲେ । ପୋଲିସ କହିଛି ଯେ ଶନିବାର ଦିନ ଆଇଆଇଟି-ଦିଲ୍ଲୀ ଫେଷ୍ଟ ଶୋରେ ଭାରତୀ ମହାବିଦ୍ୟାଳୟର ପ୍ରାୟ ଦଶ ଜଣ ଛାତ୍ରୀ ଫ୍ୟାଶନ ଶୋ ପାଇଁ ୱାଶରୁମରେ ଡ୍ରେସ ଚେଞ୍ଜ କରୁଥିଲେ । କିନ୍ତୁ ଏତିକି ବେଳେ କେହି ଜଣେ ଆସି ସେମାନଙ୍କର ଭିଡିଓ କରିଥିଲା । ଆଉ ପରେ ଏହାକୁ ଭାଇରାଲ କରିଥିଲା ବୋଲି ଛାତ୍ରୀ ମାନେ ଦାବି କରିଥିଲେ । ପରେ ଏନେଇ ଝିଅମାନେ କିଶାନଗଡ ପୋଲିସ ଷ୍ଟେସନରେ ଅଭିଯୋଗ କରିଥିଲେ । ଛାତ୍ରୀ ମାନଙ୍କ ଅଭିଯୋଗ ପରେ ପୋଲିସ ଘଟଣାରେ ଛାନଭିନ କରିଥିଲା । ପରେ ୨୦ ବର୍ଷିୟ ଯୁବକଙ୍କୁ ଗିରଫ କରିଥିଲା । ସେହି ଯୁବକ ଜଣକ ସୁଇପର ବୋଲି ଜଣାପଡିଛନ୍ତି । ସୁଇପରଙ୍କୁ ଗିରଫ କରାଯାଇ ଜେଲକୁ ନିଆଯାଇଥିଲା । ଅନୁଷ୍ଠାନ ଏହି ବିଷୟକୁ ଅତ୍ୟନ୍ତ ଗମ୍ଭୀରତା ଏବଂ ତତ୍ପରତା ସହିତ ବ୍ୟବହାର କରିଥିଲା । ଅପରପକ୍ଷେ ଦିଲ୍ଲୀ ୟୁନିଭର୍ସିଟି ଷ୍ଟୁଡେଣ୍ଟସ୍ ୟୁନିଅନ୍ ମଧ୍ୟ ଏହି ଘଟଣାକୁ ନିନ୍ଦା କରିଥିଲେ ଏବଂ ଦୋଷୀ ବିରୁଦ୍ଧରେ କଠୋର ଦଣ୍ଡ ଗ୍ରହଣ କରିବା ପାଇଁ ଦାବି କରିଥିଲେ ।