Pratidin TV

Odisha's Digital News Platform

ଦିଲ୍ଲୀରେ ଜଳ ପାଇଁ ହାହାକାର, ପାଣି ଦେବାକୁ ମନା କଲା ହିମାଚଳପ୍ରଦେଶ

ଦିଲ୍ଲୀରେ ପାଣିର ଅଭାବ ଦିନକୁ ଦିନ ବଢ଼ିବାରେ ଲାଗିଛି | ଅନ୍ୟପଟେ ହିମାଚଳପ୍ରଦେଶ ପାଣି ଦେବାକୁ ମନା କରିଦେଇଛି | ସୁପ୍ରିମକୋର୍ଟ ନିର୍ଦ୍ଦେଶ ସତ୍ତ୍ୱେ ଦିଲ୍ଲୀକୁ ପାଣି ଦଦେବାକୁ ମନ କରିଦେଇଛି ହିମାଚଳପ୍ରଦେଶ | ପ୍ରାରମ୍ଭରେ ପାଣି ଦେବାକୁ ରାଜି ଥିବା ସମୟରେ ବର୍ତ୍ତମାନ ପାଣି ଦେବାକୁ ମନା କରିଦେଇଛି |

ପୂର୍ଵସୂଚନାନୁସାରେ, ସୁପ୍ରିମକୋର୍ଟ ପୂର୍ବରୁ ହିମାଚଳ ପ୍ରଦେଶକୁ ୧୩୬ କ୍ୟୁସେକ ପାଣି ଛାଡିବାକୁ ନିର୍ଦ୍ଦେଶ ଦେଇଥିଲେ | ସେପଟେ ପାଣି ପାଇଁ ଚାଲିଛି ରାଜନୀତି | ପାଣି ସମସ୍ୟାକୁ ନେଇ ଆରମ୍ଭ ହୋଇଯାଇଛି ପରସ୍ପରକୁ ଦୋଷାରୋପ। ଏହି ପାବନୀ ସମସ୍ୟା ଆମ ଆଦମୀ ପାର୍ଟି ସୃଷ୍ଟି କରୁଛି ବୋଲି କହିଛି ବିଜେପି। ଅନ୍ୟପକ୍ଷରେ କେନ୍ଦ୍ରକୁ ଦୋଷ ଦେଇଛି ଆମ ଆଦମୀ ପାର୍ଟି। ଆପ ସରକାର ହରିୟାଣାରେ ପାଣି ଚୋରି ହେଉଥିବା କହିଛି |

Leave a Reply

Your email address will not be published. Required fields are marked *