କାହିଁକି ବନ୍ଦ ହେଲା ଐତିହାସିକ ଲାଲକିଲ୍ଲା ? ଜାଣନ୍ତୁ ଏହା ପଛର କାରଣ ..
1 min readବନ୍ଦ ହେଲା ଐତିହାସିକ ଲାଲକିଲ୍ଲା । ଲାଲକିଲ୍ଲା ଭିତରକୁ ଯାଇପାରିବେନାହିଁ ସାଧାରଣ ନାଗରିକ ଓ ପର୍ଯ୍ୟଟକ । ନିରାପତ୍ତା କାରଣରୁ ଏହି ପଦକ୍ଷେପ ନେଇଛି ଦିଲ୍ଲୀ ପୋଲିସ । କାରଣ ଆଜିଠାରୁ ପୁଣି ଥରେ ଆରମ୍ଭ ହୋଇଛି ଚାଷୀ ଆନ୍ଦୋଳନ । ଚାଷୀଙ୍କ ବିରୋଧକୁ ଦୃଷ୍ଟିରେ ରଖି ଦିଲ୍ଲୀରେ ବ୍ୟାପକ ପୋଲିସ ମଧ୍ୟ ମୃତୟନ କରାଯାଇଛି । ଏଏସଆଇର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ସୁରକ୍ଷା ଦୃଷ୍ଟିରୁ ସୋମବାର ବିଳମ୍ବିତ ରାତିରେ ଲାଲକିଲ୍ଲାକୁ ବନ୍ଦ ରଖାଯାଇଛି ।
ଅଧିକାରୀ କହିଛନ୍ତି ଯେ କେତେବେଳେ ଏହା ପରିଦର୍ଶକଙ୍କ ପାଇଁ ଖୋଲାଯିବ କି ନାହିଁ ତାହା ସୁରକ୍ଷା ଏଜେନ୍ସି ଉପରେ ନିର୍ଭର କରିବ । ଦିଲ୍ଲୀ ଅଭିମୁଖେ ଯାଉଥିବା ଚାଷୀଙ୍କୁ ଦୃଷ୍ଟିରେ ରଖି ମଙ୍ଗଳବାର ସକାଳେ ଦିଲ୍ଲୀ ମେଟ୍ରୋର ଆଠଟି ଷ୍ଟେସନରେ ମୁଖ୍ୟ ପ୍ରବେଶ ଏବଂ ପ୍ରସ୍ଥାନ ଫାଟକ ବନ୍ଦ ରହିଥିଲା । ତେବେ ସାଧାରଣ ନାଗରିକ ଅନ୍ୟ ଫାଟକ ଦେଇ ପ୍ରବେଶ କରିବାର ଅନୁମତି ରହିଛି । ସୂଚନାନୁଯାୟୀ କୃଷକ ନେତା ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ଆଲୋଚନା ବିଫଳ ହେବା ପରେ ମଙ୍ଗଳବାର ଦିନ କୃଷକମାନଙ୍କର ‘ଦିଲ୍ଲୀ ଚଲୋ’ ଶୋଭାଯାତ୍ରାକୁ ଦିଲ୍ଲୀରେ ପ୍ରବେଶ କରିବାରୁ ରୋକିବା ପାଇଁ ଦିଲ୍ଲୀରେ ବହୁସ୍ତରୀୟ ବ୍ୟାରିକେଡ୍, କଂକ୍ରିଟ୍ ବ୍ଲକ୍, ଲୁହା ବାଡ଼ ଏବଂ କଣ୍ଟେନରର କାନ୍ଥ ସହିତ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି ।