Pratidin TV

Odisha's Digital News Platform

ଓଡିଆ ଫିଲ୍ମକୁ ବ୍ୟାନ୍ ଦାବି , ଥାନାକୁ ଆସିଲା ଅଭିଯୋଗ….

ଯାଜପୁର : ଓଡିଆ ଚଳଚ୍ଚିତ୍ର “ପ୍ରିୟେ ତୁମ ସିଏ’ କୁ ନେଇ ଉଠିଲା ବଡ଼ ବିବାଦ । ହରିଜନ ଶବ୍ଦ ବ୍ୟବହାର କରି ଅନୁସୂଚିତ ଜାତି ବର୍ଗଙ୍କୁ ନିଚ ଦେଖାଇବା ନେଇ ସୁକିନ୍ଦା ଥାନାରେ ଅଭିଯୋଗ ।

ନୂଆ ଓଡିଆ ସିନେମା “ପ୍ରିୟେ ତୁମେ ସିଏ” କୁ ନେଇ ଏବେ ସୁକିନ୍ଦା ଦେଖା ଦେଇଛି ବିବାଦ । ସିନେମାର ନିର୍ମାତା ତଥା ସୁକିନ୍ଦାର ବିଧାୟକ ବା ତାଙ୍କ ଧର୍ମପତ୍ନୀ ଝିଲିକ୍ ଭଟ୍ଟାଚାର୍ୟ୍ଯ ନିର୍ମାତା ରହିଥିବା ବେଳେ ଏହି ସିନେମାର କେତେଟି ଶବ୍ଦକୁ ନେଇ ଏବେ ଦେଖା ଦେଇଛି ବିବାଦ । ସିନେମାର ନିର୍ମାତା ମାନେ ଏହି ସିନେମାରେ ହରିଜନ ଶବ୍ଦ ବ୍ୟବହାର କରି ହରିଜନ ଜାତିକୁ ନିଚ ଦେଖାଇବା ଭଳି କିଛି ଶବ୍ଦ ବ୍ୟବହରା କରୁଥିବା ଅଭିଯୋଗ ହୋଇଥିବା ବେଳେ ଏହାକୁ ବ୍ୟାନ୍ କରିବାକୁ ଦାବି କରିଛନ୍ତି ଝଉ ବର୍ଗ ।

ତେବେ “ପ୍ରିୟେ ତୁମେ ସିଏ” ର ଏହି ଓଡ଼ିଆ ଚଳଚ୍ଚିତ୍ରର ଗୋଟିଏ ସଂଳାପ ଯାହା ସମସ୍ତ ଙ୍କୁ ବ୍ୟଥିତ କରିଛି । ଜଣେ ବିଧାୟକ ବା ମନ୍ତ୍ରୀ ପ୍ରୀତି ରଞ୍ଜନ ଘଡେଇଙ୍କ ଧର୍ମ ପତ୍ନୀଙ୍କ ଦ୍ୱାରା ପ୍ରୋଜଯୋନାରେ ଏହି ସିନେମାରେ ନାୟକ ଭୂମିକାରେ ଥିବା ଅମ୍ଳାନ ଦାସଙ୍କୁ ସିଧା ସିଧା ହରିଜନ ଶବ୍ଦ ବ୍ୟବହାର କରିବା ସହିତ ସେମାନଙ୍କୁ ଲୋଫର, ମଦୁଆ ଭଳି ଶବ୍ଦ ବ୍ୟବହାର କରିଥିବା ଅଭିଯୋଗ ହୋଇଛି । ତେବେ ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟ ଏହି ଶବ୍ଦକୁ ବ୍ୟବହାର ନକରିବା ପାଇଁ ସ୍ପଷ୍ଟ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ମନ୍ତ୍ରୀଙ୍କ ପତ୍ନୀ ଏହାକୁ ଉଲ୍ଲଙ୍ଘନ କରିଥିବା ଅଭିଯୋଗ ହୋଇଛି । ଏହା କୁ ନେଇ ଏବେ ଝଉ ଜନ ଜାତି ବର୍ଗ ପକ୍ଷରୁ ପ୍ରତିବାଦ କରାଯିବା ସହ ସୁକିନ୍ଦା ଥାନାରେ ଏହି ଚଳଚ୍ଚିତ୍ରକୁ ବ୍ୟାନ୍ କରିବା ନେଇ ଦାବୀ ହୋଇଛି ।

Leave a Reply

Your email address will not be published. Required fields are marked *