Pratidin TV

Odisha's Digital News Platform

ପ୍ରଧାନମନ୍ତ୍ରୀଙ୍କ ତୁରନ୍ତ ଇସ୍ତଫା ଦାବି : ତେଜିଲା ବିବାଦ, କଫ୍ୟୁ ହେଲା ଜାରି, ଇଣ୍ଟରନେଟ ଉପରେ କଟକଣା

1 min read

ବାଂଲାଦେଶରେ ପୁଣିଥରେ ସରକାର ବିରୋଧୀ ବିରୋଧ ଆରମ୍ଭ ହୋଇଛି। ପୁଣି ଥରେ ହଜାର ହଜାର ଲୋକ ରାଜଧାନୀ ଢାକାକୁ ଯାଇ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ଇସ୍ତଫା ଦାବି କରିଛନ୍ତି। ରବିବାର ଶାସକ ଆୱାମୀ ଲିଗ ସମର୍ଥକ ଏବଂ ଆନ୍ଦୋଳନକାରୀଙ୍କ ମଧ୍ୟରେ ସଂଘର୍ଷ ଘଟିଛି ।

ଜଳୁଛି ବାଂଲାଦେଶ। ରାଜଧାନୀ ଢାକା ସମେତ ଦେଶର ବିଭିନ୍ନ ସ୍ଥାନରେ ଅଶାନ୍ତି ଓ ହିଂସାକାଣ୍ଡ ଘଟିଛି। ୧୪ ପୁଲିସ କର୍ମଚାରୀଙ୍କ ସମେତ ୧୦୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ, ଶତାଧିକ ଆହତ ହୋଇଛନ୍ତି। ବିକ୍ଷୋଭକାରୀମାନେ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ଇସ୍ତଫା ଦାବି କରିଛନ୍ତି। ଏବଂ ସଂରକ୍ଷଣ ସଂସ୍କାରକୁ ନେଇ ନିକଟରେ ହୋଇଥିବା ପ୍ରତିବାଦରେ ନିହତ ହୋଇଥିବା ଲୋକଙ୍କୁ ନ୍ୟାୟ ଦାବିରେ ସ୍ଲୋଗାନ ଦେଇଛନ୍ତି ।

Advertisement

ରାଜଧାନୀ ଢାକା ସମେତ ବେଗ୍ରା, ପାବନା, ରଙ୍ଗପୁର, ମୁଗୁରା ଓ କୋମିଲାରେ ହିଂସାକାଣ୍ଡ ଘଟିଛି। ହିଂସାକୁ ଦେଖି ଆଭ୍ୟନ୍ତରୀଣ ମନ୍ତ୍ରଣାଳୟ ରବିବାର ସନ୍ଧ୍ୟା ୬ଠାରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ କର୍ଫ୍ୟୁ ଜାରି କରିଛନ୍ତି। ପ୍ରଧାନମନ୍ତ୍ରୀ ​‌ହସିନା କହିଛନ୍ତି ଯେ ଦେଶରେ ଏବେ ଯେଉଁ ବିକ୍ଷୋଭ ଆରମ୍ଭ ହୋଇଛି ତାହା ଛାତ୍ର ଆନ୍ଦୋଳନ ନୁହେଁ। ଆତଙ୍କବାଦୀମାନେ ଏହି ହିଂସା ଆରମ୍ଭ କରିଛନ୍ତି। ତେଣୁ ହିଂସାକୁ ଦୃଢ ହସ୍ତରେ ଦମନ କରିବାକୁ ସେ ପ୍ରଶାସନକୁ ନିର୍ଦେଶ ଦେଇଛନ୍ତି। ବିକ୍ଷୋଭ ନାମରେ ଦେଶରେ ଅରାଜକତା ସୃଷ୍ଟି କରିବାକୁ ଯୋଜନା କରାଯାଇଛି।

ସ୍ଥିତିକୁ ଦୃଷ୍ଟିରେ ରଖି ସରକାର ହାଇସ୍ପିଡ ଇଣ୍ଟରନେଟ ସେବାକୁ ବନ୍ଦ କରି ଦେଇଛନ୍ତି। ଫେସବୁକ ଓ ହ୍ୱାଟସଆପ ମଧ୍ୟ ଦେଶରେ ଅଚଳ କରାଯାଇଛି। ଘଟଣା ପାଇଁ ହସିନାଙ୍କ ଦଳ ଦେଶର ପ୍ରମୁଖ ବିରୋଧୀ ଦଳ ଓ ବ୍ୟାନ ହୋଇଥିବା ଜାମତ ଇ-ଇସଲାମକୁ ଦାୟୀ କରିଛି। ହିଂସାକୁ ନିୟନ୍ତ୍ରଣ ଲାଗି ଆବଶ୍ୟକ ପଦକ୍ଷେପ ନେବା ଲାଗି ପ୍ରଧାନମନ୍ତ୍ରୀ ଜାତୀୟ ସୁରକ୍ଷା କମିଟିର ଜରୁରୀ ବୈଠକ କରିଛନ୍ତି।

Leave a Reply

Your email address will not be published. Required fields are marked *