Pratidin TV

Odisha's Digital News Platform

ବୁଡିବାକୁ ବସିଲାଣି କୌଳିକ ବୃତ୍ତି ; ଚାଇନା ଲାଇଟି ପାଇଁ ମାଟି ଦୀପର ଚାହିଦା କମି ଯାଉଛି …..

ଅସ୍ତରଙ୍ଗ : ପାଖେଇ ଆସୁଛି ଆଲୋକର ପର୍ବ ଦୀପାବଳି । ଏହି ଦିନ ଦୀପ ଜାଳି ଘରେ ଘରେ ମା ଲକ୍ଷ୍ମୀଙ୍କୁ ଆବାହନ କରିବାର ପରମ୍ପରା ରହିଛି । ଦୀପ ଆଲୁଅ ରେ ଝଲସିବ ଆମାବାସ୍ୟା ର ଅନ୍ଧକାର ରାତି । ଅନ୍ଧାର ଉପରେ ଆଲୋକର ହେବ ବିଜୟ, ଦୀପ ଆଲୁଅରେ ସୁସଜ୍ଜିତ ହେବ ଘର ଅଗଣା । ଦୀପାବଳି ପାଇଁ ଚଳଚଞ୍ଚଳ ହୋଇଛନ୍ତି କୁମ୍ବକାର ପରିବାର । ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଓସ୍ତପୁର ଗ୍ରାମରେ ୮୦ରୁ ଉର୍ଦ୍ଧ ପରିବାର ମାଟିଦୀପ ତିଆରି କରୁଛନ୍ତି । ଆଧୁନିକତା ରେ ଇଲେକ୍ଟ୍ରି ଦୀପ ଓ ଚାଇନା ଲାଇଟି ଚାହିଦା ହେତୁ ମାଟି ଦୀପ ସେତେଟା ବ୍ୟବସାୟ ହେଉନାହିଁ ।

ଗୋଟେ ପଟେ ମାଟି ଓ ଜାଳେଣି କାଠର ଅଭାବ ଦେଖା ଦେଇଥିବା ବେଳେ ଅନ୍ୟ ପଟେ ଚାଇନା ଲାଇଟି ବିକ୍ରି କୁ ନେଇ ଚିନ୍ତାରେ କୁମ୍ଭକାର ପରିବାର । ଅସ୍ତରଙ୍ଗ ଅଞ୍ଚଳ ଓସ୍ତପୁର, ଉଦୟପୁର, ଅସ୍ତରଙ୍ଗ ଆଦି ଅଞ୍ଚଳ ଅନେକ କୁମ୍ଭକାର ପରିବାର ଦୀପ, ହାଣ୍ଡି, କଳସ ସହ ମାଟିର ବିଭିନ୍ନ ସାମଗ୍ରୀ ତିଆରି କରି ପରିବାର ପ୍ରତିପୋଷଣ କରନ୍ତି । ପୂଜା ପାର୍ବଣ ଠାରୁ ବିଭିନ୍ନ ଶୁଭ କାର୍ଯ୍ୟରେ ମାଟିଦୀପ ଚାହିଦା ଅଧିକ ରହିଥାଏ କିନ୍ତୁ ଏହାକୁ ନିର୍ମାଣ କରୁଥିବା କୁମ୍ଭକାର ବୃତ୍ତି ଜୀବି ଏଵେ ସଙ୍କଟରେ ଗତି କରୁଛନ୍ତି । ଆବଶ୍ୟକତା ଦୃଷ୍ଟିରେ ରଖି ଦୀପାବଳି ପାଇଁ ବାଧ୍ୟ୍ୟ ହୋଇ ନିଜ କୌଳିକ ବୃତ୍ତି ବଜାୟ ରଖିବା ପାଇଁ ତିଆରି କରୁଛନ୍ତି ମାଟି ଦୀପ । କିନ୍ତୁ ଆଗଭଳି ଆଉ ବିକ୍ରି ନହେଉଥିବା କହିଛନ୍ତି କୁମ୍ଭାର ପରିବାର । ଆଗରୁ ଲୋକମାନେ ନିଜ ପରିବାର ସହ ଆସି ବାଛି ବାଛି ଦୀପ କିଣୂଥିଲେ କିନ୍ତୁ ବର୍ତ୍ତମାନ ଚାଇନା ଲାଇଟ୍ ମାର୍କେଟକୁ ଆସିବା ପରେ ଦୀପ କାରିଗର ମାନଙ୍କର ବେପାର ଶୂନ ପଡିଯାଇଛି ।

ଅଧିକ ପରିଶ୍ରମ ଲାଭ କମ୍ ଉଚିତ ପରିମାଣ ମାଟି ମଧ୍ୟ ପୂର୍ବ ଭଳି ମିଳୁନି । ସରକାର ଏହି କୁମ୍ଭାର ପରିବାର ପ୍ରତି କିଛି ସ୍ୱତନ୍ତ୍ର ବ୍ୟବସ୍ଥା କରିବା ସହ ଦୃଷ୍ଟିଦେବାକୁ ଜନସାଧାରଣ ଦାବୀ ହୋଇଛି ।

Leave a Reply

Your email address will not be published. Required fields are marked *