Pratidin TV

Odisha's Digital News Platform

ବାଇକ୍‌କୁ ଧକ୍କା ଦେଲା କାର୍ , ଚାଲିଗଲା ଶିକ୍ଷକଙ୍କ ଜୀବନ

1 min read

ଦେବଗଡ : ଦେବଗଡ ପୌରାଞ୍ଚଳ ଶାସନ ସାହିରେ କାର ଓ ମଟରସାଇକଲ ମୁହାଁମୁହିଁ ଧକ୍କା ହୋଇଛି । ଯେଉଁଥିରେ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

ସୂଚନା ଅନୁଯାୟୀ ଆଜି ସକାଳୁ ୭.୪୫ ସମୟରେ ବସାଲଇ ହାଇସ୍କୁଲର ପୂର୍ବତନ ଶିକ୍ଷକ ଘନଶ୍ୟାମ ସାହୁ ବାଇକ (ଓଆର୍-୧୪ ଆର୍ ୨୦୧୩) ଯୋଗେ ଦେବଗଡ଼ ମୁଖ୍ୟ ଚିକିତ୍ସାଳୟରୁ ନୀଜର ସ୍ବାସ୍ଥ୍ୟ ପରୀକ୍ଷା କରି ଡାକ୍ତରଙ୍କ ପାଖରୁ ଘରକୁ ଫେରୁଥିବା ବେଳେ ଶାସନ ସାହିଠାରେ ଏକ କାର ନଂ ଓଡି-୧୫ଭି ୫୪୫୭ ତାଙ୍କୁ ଧକ୍କା ଦେବା ଫଳରେ ଘଟଣାସ୍ଥଳରେ ମଟରସାଇକଲ ଆରୋହୀ ଘନଶ୍ୟାମ ସାହୁଙ୍କ ମୃତ୍ୟୁ ଘଟିଛି ।

କାର ଡ୍ରାଇଭର ଜଣେ ମହିଳା ଚଳାଉଥିବା ସୂଚନା ମିଳିଛି ।ଧକ୍କା ଦେଲାପରେ ଦେବଗଡ ଥାନାରେ ମହିଳା ଜଣଙ୍କ ଆତ୍ମସମର୍ପଣ କରିôଥବା ଜଣାପଡିଛି । ଘଟଣା ସ୍ଥଳରେ ଦେବଗଡ଼ ପୋଲିସ ପହଞ୍ଚି ଶବ ଜବତ କରି ମୁଖ୍ୟ ଚିକିତ୍ସାଳୟକୁ ପଠାଇବା ସହିତ ଘଟଣାର ତଦନ୍ତ କରୁଥିବା ଜଣାପଡିଛି ।

Leave a Reply

Your email address will not be published. Required fields are marked *